ଅଭିନେତ୍ରୀ ମଧୁରା ନାଇକଙ୍କ ଭଉଣୀ, ଭିଣୋଇଙ୍କ ହମାସ ଆକ୍ରମଣରେ ମୃତ୍ୟୁ
ନୂଆଦିଲ୍ଲୀ: ଟେଲି ଅଭିନେତ୍ରୀ ମଧୁରା ନାଇକଙ୍କ ସମ୍ପର୍କୀୟ ଭଉଣୀ ଏବଂ ଭିଣୋଇଙ୍କର ଇସ୍ରାଏଲରେ ହମାସ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଯାଇଛି। ମଧୁରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ରେ ଏନେଇ ଅବଗତ କରିଛନ୍ତି। ମଧୁରା କହିଛନ୍ତି, ତାଙ୍କ ସମ୍ପର୍କୀୟ ଭଉଣୀ ଓଡାୟା ଏବଂ ଭିଣୋଇଙ୍କୁ ସେମାନଙ୍କ ପିଲାମାନଙ୍କ ଆଖି ଆଗରେ ଅତି ନିର୍ମମ ଭାବେ ହମାସ ଆତଙ୍କବାଦୀ ହତ୍ୟା କରିଛନ୍ତି। ଇସ୍ରାଏଲରେ କିଭଳି ସ୍ପଷ୍ଟ ଦିବାଲୋକରେ ମହିଳା , ଶିଶୁ ଏବଂ ବୟସ୍କଙ୍କୁ ଟାର୍ଗେଟ୍ କରାଯାଉଛି ତାହା ମଧ୍ୟ ସେ […]
ନୂଆଦିଲ୍ଲୀ: ଟେଲି ଅଭିନେତ୍ରୀ ମଧୁରା ନାଇକଙ୍କ ସମ୍ପର୍କୀୟ ଭଉଣୀ ଏବଂ ଭିଣୋଇଙ୍କର ଇସ୍ରାଏଲରେ ହମାସ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଯାଇଛି। ମଧୁରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ରେ ଏନେଇ ଅବଗତ କରିଛନ୍ତି। ମଧୁରା କହିଛନ୍ତି, ତାଙ୍କ ସମ୍ପର୍କୀୟ ଭଉଣୀ ଓଡାୟା ଏବଂ ଭିଣୋଇଙ୍କୁ ସେମାନଙ୍କ ପିଲାମାନଙ୍କ ଆଖି ଆଗରେ ଅତି ନିର୍ମମ ଭାବେ ହମାସ ଆତଙ୍କବାଦୀ ହତ୍ୟା କରିଛନ୍ତି। ଇସ୍ରାଏଲରେ କିଭଳି ସ୍ପଷ୍ଟ ଦିବାଲୋକରେ ମହିଳା , ଶିଶୁ ଏବଂ ବୟସ୍କଙ୍କୁ ଟାର୍ଗେଟ୍ କରାଯାଉଛି ତାହା ମଧ୍ୟ ସେ କହିଛନ୍ତି। ମଧୁରା ଇନଷ୍ଟାଗ୍ରାମରେ ତାଙ୍କ ସମ୍ପର୍କୀୟ ଭଉଣୀ ଏବଂ ତାଙ୍କ ସ୍ବାମୀ ଓ ପିଲାମାନଙ୍କ ଫଟୋ ସେୟାର କରିଛନ୍ତି । ହମାସ ଆତଙ୍କବାଦୀ ଆକ୍ରମଣରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାଇବା ସହ ଏଥିପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।




