ଅଭନେତ୍ରୀଙ୍କ ଅଭିଯୋଗ ପରେ ଆନ୍ଧ୍ରପ୍ରଦେଶର ୩ ଆଇପିଏସ୍‌ ଅଧିକାରୀ ନିଲମ୍ବିତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ତିନି ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛଇ। ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ତିନି ଉଚ୍ଚ ପଦସ୍ତ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ପୁଲିସଙ୍କ ମଧ୍ୟରେ ଜଣେ ଡାଇରେକ୍ଟର-ଜେନେରାଲ ପାହ୍ୟାର ପି ଏସ୍ ଆର ଅଞ୍ଜାନେଇଲୁ, ଅନ୍ୟ ଜଣେ ଇନ୍ସପେକ୍ଟର ଜେନେରାଲ୍ ପାହ୍ୟାର କାନ୍ତୀ ରାଣା ଟାଟା ଏବଂ ଅନ୍ୟଜଣେ ଏସ୍‌ପି ପାହ୍ୟାର ଅଧିକାରୀ ବିଶାଲ ଗୁନି ଅଛନ୍ତି। ସୂଚନା ଅନୁସାରେ, ଅଭିନେତ୍ରୀ ଜଣକ ଅଭିଯୋଗ କରିଥିଲେ ଯେ, […]

Samaya Live Picture
Published On

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ତିନି ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛଇ। ମୁମ୍ବାଇର ଜଣେ ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ତିନି ଉଚ୍ଚ ପଦସ୍ତ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ପୁଲିସଙ୍କ ମଧ୍ୟରେ ଜଣେ ଡାଇରେକ୍ଟର-ଜେନେରାଲ ପାହ୍ୟାର ପି ଏସ୍ ଆର ଅଞ୍ଜାନେଇଲୁ, ଅନ୍ୟ ଜଣେ ଇନ୍ସପେକ୍ଟର ଜେନେରାଲ୍ ପାହ୍ୟାର କାନ୍ତୀ ରାଣା ଟାଟା ଏବଂ ଅନ୍ୟଜଣେ ଏସ୍‌ପି ପାହ୍ୟାର ଅଧିକାରୀ ବିଶାଲ ଗୁନି ଅଛନ୍ତି। ସୂଚନା ଅନୁସାରେ, ଅଭିନେତ୍ରୀ ଜଣକ ଅଭିଯୋଗ କରିଥିଲେ ଯେ, ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ସରକାର ସମୟରେ ଆନ୍ଧ୍ରପ୍ରଦେଶ ପୁଲିସ ତାଙ୍କୁ ହଇରାଣ କରିଥିଲା। ୱାଇଏସ୍‌ଆର୍‌ କଂଗ୍ରେସର ଜଣେ ନେତା ଜମି ବିବାଦକୁ ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଫଳରେ ଆନ୍ଧ୍ରପ୍ରଦେଶ ପୁଲିସ ତାଙ୍କୁ ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ଗିରଫ କରିଥିଲା। ସେ ମୁମ୍ବାଇର ଏକ ନିଗମର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ପୂର୍ବରୁ ଏକ ଅଭିଯୋଗ ଦାଖଲ କରିଥିଲେ। ଯଦି ଏହି ମାମଲା ପ୍ରତ୍ୟାହାର ନକରନ୍ତି, ତେବେ ତାଙ୍କୁ ଭୟଙ୍କର ପରିଣାମର ସାମ୍ନା କରିବାକୁ ପଡିବ ବୋଲି ଧମକ ଦିଆଯାଇଥିବା ଅଭିଯୋଗ କରିଥିଲେ। ଆନ୍ଧ୍ରପ୍ରଦେଶ ପୁଲିସ ଏହି ଅଭିଯୋଗର ଯାଞ୍ଚ କରି ୧୯୯୨, ୨୦୦୪ ଏବଂ ୨୦୧୦ ବ୍ୟାଚର ତିନି ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରିଛି। ଅଲ ଇଣ୍ଡିଆ ସର୍ଭିସେସ୍ ନିୟମ, ୧୯୬୯ର ନିୟମ ୩ (୧) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Tags: