ଅବୈଧ ବିବାହର ପିଲାମାନେ ବି ପୈତୃକ ସମ୍ପତ୍ତିର ହକଦାର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଅବୈଧ/ଅମାନ୍ୟ ବିବାହରୁ ଜନ୍ମିତ ସନ୍ତାନମାନେ ବି ମୃତ ମାତା-ପିତାଙ୍କ ସମ୍ପତ୍ତି ପାଇବାକୁ ହକଦାର। ହିନ୍ଦୁ ସଂଯୁକ୍ତ ପରିବାରରେ ସମ୍ପତ୍ତି ଆବଣ୍ଟନ କ୍ଷେତ୍ରରେ ଏହା ଲାଗୁ ହେବ ବୋଲି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି। ଏହି ରାୟ କେବଳ ହିନ୍ଦୁ ଅବିଭାଜିତ ପରିବାର ସଂପର୍କିତ ସମ୍ପତ୍ତିର ଆବଣ୍ଟନ କ୍ଷେତ୍ରରେ ଲାଗୁ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ୨୦୧୧ ମସିହାରୁ ଚାଲିଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ରାୟ ଦେଇଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ: ଅବୈଧ/ଅମାନ୍ୟ ବିବାହରୁ ଜନ୍ମିତ ସନ୍ତାନମାନେ ବି ମୃତ ମାତା-ପିତାଙ୍କ ସମ୍ପତ୍ତି ପାଇବାକୁ ହକଦାର। ହିନ୍ଦୁ ସଂଯୁକ୍ତ ପରିବାରରେ ସମ୍ପତ୍ତି ଆବଣ୍ଟନ କ୍ଷେତ୍ରରେ ଏହା ଲାଗୁ ହେବ ବୋଲି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି। ଏହି ରାୟ କେବଳ ହିନ୍ଦୁ ଅବିଭାଜିତ ପରିବାର ସଂପର୍କିତ ସମ୍ପତ୍ତିର ଆବଣ୍ଟନ କ୍ଷେତ୍ରରେ ଲାଗୁ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ୨୦୧୧ ମସିହାରୁ ଚାଲିଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ରାୟ ଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ ବି ପର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଖଣ୍ଡପୀଠ ଉକ୍ତ ମାମଲାରେ ହିନ୍ଦୁ ବିବାହ ଅଧିନିମୟର ଧାରା ୧୬ (୩) ଅଧୀନରେ ଯୁଗ୍ମ ପରିବାରର ସମ୍ପତ୍ତି ଆବଣ୍ଟନ ଉପରେ ରାୟ ଦେଇ କହିଛନ୍ତି , ମାନ୍ୟତା ନଥାଇ ବିବାହରୁ ଜନ୍ମ ନେଇଥିବା ସନ୍ତାନଙ୍କର ମଧ୍ୟ ସେମାନଙ୍କ ପୈତୃକ ସମ୍ପତ୍ତି ଉପରେ ଅଧିକାର ରହିବ। ଏଭଳି ସନ୍ତାନଙ୍କ ପିତାମାତାଙ୍କ ମୃତ୍ୟୁ ପୂର୍ବରୁ ସେମାନଙ୍କୁ ଆବଣ୍ଟିତ ହୋଇଥିବା ସମ୍ପତ୍ତିକୁ ଏ କ୍ଷେତ୍ରରେ ବିଚାରକୁ ନିଆଯାଇଛି ।

Tags: