ଅବସର ନେବ ଲଢ଼ୁଆ ଯୁଦ୍ଧ ବିମାନ ମିଗ୍-୨୧
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦୀର୍ଘ ୬୨ ବର୍ଷ ପରେ ଆଇକନିକ୍ ଲଢ଼ୁଆ ଯୁଦ୍ଧ ବିମାନ ମିଗ୍-୨୧କୁ ବିଦାୟ ଦେବ। ଏହି ଶେଷ ଜେଟ୍କୁ ୨୩ ସ୍କ୍ବାଡ୍ରନ୍ ଦ୍ବାରା ଚଣ୍ଡିଗଡ଼ ବାୟୁସେନା ଘାଟିରେ ସେପ୍ଟେମ୍ବର ୧୯ ତାରିଖରେ ଔପଚାରିକ ବିଦାୟ ପ୍ରଦାନ କରାଯିବ। ୧୯୬୩ରେ ବାୟୁସେନାରେ ସାମିଲ ହୋଇଥିବା ମିଗ୍-୨୧ ଭାରତ- ପାକିସ୍ତାନ ମଧ୍ୟରେ ୧୯୬୫, ୧୯୭୧ରେ ହୋଇଥିବା ଯୁଦ୍ଧ ଏବଂ ୧୯୯୯ କାରଗିଲ୍ ଯୁଦ୍ଧ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ୨୦୧୯ ବାଲାକୋଟ ବିମାନ ଆକ୍ରମଣ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଦୀର୍ଘ ୬୨ ବର୍ଷ ପରେ ଆଇକନିକ୍ ଲଢ଼ୁଆ ଯୁଦ୍ଧ ବିମାନ ମିଗ୍-୨୧କୁ ବିଦାୟ ଦେବ। ଏହି ଶେଷ ଜେଟ୍କୁ ୨୩ ସ୍କ୍ବାଡ୍ରନ୍ ଦ୍ବାରା ଚଣ୍ଡିଗଡ଼ ବାୟୁସେନା ଘାଟିରେ ସେପ୍ଟେମ୍ବର ୧୯ ତାରିଖରେ ଔପଚାରିକ ବିଦାୟ ପ୍ରଦାନ କରାଯିବ। ୧୯୬୩ରେ ବାୟୁସେନାରେ ସାମିଲ ହୋଇଥିବା ମିଗ୍-୨୧ ଭାରତ- ପାକିସ୍ତାନ ମଧ୍ୟରେ ୧୯୬୫, ୧୯୭୧ରେ ହୋଇଥିବା ଯୁଦ୍ଧ ଏବଂ ୧୯୯୯ କାରଗିଲ୍ ଯୁଦ୍ଧ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ୨୦୧୯ ବାଲାକୋଟ ବିମାନ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ସମୟରେ ମଧ୍ୟ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ଏହି ବିମାନ ଗତ କିଛି ବର୍ଷ ମଧ୍ୟରେ ଅନେକ ଥର ଦୁର୍ଘଟଣାର ଶିକାର ହୋଇଛି। ୪୦୦ରୁ ଅଧିକ ଦୁର୍ଘଟଣା ପାଇଁ ଏହି ବିମାନକୁ ‘ଫ୍ଲାଇଂ କଫିନ୍’ ବି କୁହାଯାଉଛି। ତେଣୁ ଭାରତୀୟ ବାୟୁସେନାରେ ଅନ୍ତର୍ଭୁକ୍ତ ଥିବା ଶେଷ ମିଗ୍-୨୧ ଯୁଦ୍ଧ ବିମାନକୁ ଦୀର୍ଘ ୬୨ ବର୍ଷ ପରେ ବିଦାୟ ଦିଆଯିବ।




