ଅବତରଣ ବେଳେ ରନୱେରେ ଘସି ହୋଇଗଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଏକ ବଡ଼ ଅଘଟଣରୁ ରକ୍ଷାପାଇଯାଇଛି ଇଣ୍ଡିଗୋ ବିମାନ। ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନର ପଛ ପାର୍ଶ୍ୱ ରନୱେରେ ଘଷି ହୋଇଯାଇଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ବିଶେଷ କିଛି କ୍ଷତି ହୋଇନାହିଁ। ଏନେଇ ଡିଜିସିଏ ଜାରି କରିଥିବା ଏକ ବିବୃତ୍ତିରେ କହିଛି ଯେ ଦୁର୍ଘଟଣା ପରେ ବିମାନର ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି। ଜୁନ ୧୧ ତାରିଖରେ ଏହି ଇଣ୍ଡିଗୋ ବିମାନ କୋଲକାତାରୁ ଦିଲ୍ଲୀ ଆସିଥିଲା। ଦିଲ୍ଲୀରେ ରନୱେ […]

Samaya Live Picture
Published On

ନୂଆଦିଲ୍ଲୀ: ଏକ ବଡ଼ ଅଘଟଣରୁ ରକ୍ଷାପାଇଯାଇଛି ଇଣ୍ଡିଗୋ ବିମାନ। ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନର ପଛ ପାର୍ଶ୍ୱ ରନୱେରେ ଘଷି ହୋଇଯାଇଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ବିଶେଷ କିଛି କ୍ଷତି ହୋଇନାହିଁ। ଏନେଇ ଡିଜିସିଏ ଜାରି କରିଥିବା ଏକ ବିବୃତ୍ତିରେ କହିଛି ଯେ ଦୁର୍ଘଟଣା ପରେ ବିମାନର ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି। ଜୁନ ୧୧ ତାରିଖରେ ଏହି ଇଣ୍ଡିଗୋ ବିମାନ କୋଲକାତାରୁ ଦିଲ୍ଲୀ ଆସିଥିଲା। ଦିଲ୍ଲୀରେ ରନୱେ ୨୭ରେ ଅବତରଣ କରିବା ସମୟରେ ଏହାର ପଛ ପାର୍ଶ୍ୱ ରନୱେରେ ଲାଗିଯାଇଥିଲା। ଯେତେବେଳେ ପାଇଲଟ ଅବତରଣରେ ସମସ୍ୟା ଦେଖିଥିଲେ ଓ ଅବତରଣ ପରେ ଯାଞ୍ଚ କରାଯାଇଥିଲା, ସେତେବେଳେ ବିମାନର ପଛ ପାର୍ଶ୍ୱ ଭୂମିରେ ଘଷି ହୋଇଯାଇଥିବାର ଜଣାପଡିଥିଲା। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡିଜିସିଏ ବିମାନର କୃ ସଦସ୍ୟମାନଙ୍କ ଉଡ଼ାଣ ଉପରେ ବାରଣ କରିଛି ଏବଂ ଘଟଣାର ତଦନ୍ତ ଚାଲିଛି। ଉଲ୍ଲେଖ ଥାଉ କି ଶନିବାର ଅନ୍ୟ ଏକ ମାମଲାରେ ଖରାପ ପାଗ ଯୋଗୁଁ ଏକ ଇଣ୍ଡିଗୋ ବିମାନ ଭୁଲବଶତଃ ପାକିସ୍ତାନର ବାୟୁ ସୀମାରେ ପ୍ରବେଶ କରିଯାଇଥିଲା। ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଉକ୍ତ ବିମାନ ପାକିସ୍ତାନର ଲାହୋର ପାଖାପାଖି ଚାଲିଯାଇଥିଲା। କିଛି ସମୟ ପରେ ଏହା ପୁଣି ଭାରତ ବାୟୁସୀମାକୁ ଫେରିଥିଲା।

Tags: