ଅବକାରୀ ନୀତି ମାମଲାରେ ଅଭିଯୁକ୍ତଙ୍କୁ ଦସ୍ତାବିଜ ଦେବାପାଇଁ ଇଡିକୁ କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ମାନଙ୍କ ବିରୋଧରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦିଷ୍ଟ ଦସ୍ତାବିଜ ହସ୍ତାନ୍ତର କରିବାପାଇଁ ଆଜି ଦିଲ୍ଲୀ କୋର୍ଟ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ବିଚାରପତି କାବେରୀ ବୱେଜା ଫେବ୍ରୁଆରି ୨୫ ତାରିଖରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏକାଧିକ ଅଭିଯୁକ୍ତଙ୍କ ଦ୍ବାରା ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ […]
ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ମାନଙ୍କ ବିରୋଧରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦିଷ୍ଟ ଦସ୍ତାବିଜ ହସ୍ତାନ୍ତର କରିବାପାଇଁ ଆଜି ଦିଲ୍ଲୀ କୋର୍ଟ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ବିଚାରପତି କାବେରୀ ବୱେଜା ଫେବ୍ରୁଆରି ୨୫ ତାରିଖରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏକାଧିକ ଅଭିଯୁକ୍ତଙ୍କ ଦ୍ବାରା ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଦାବି କରିଛନ୍ତି ଯେ ସେମାନଙ୍କୁ ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ୍ ସଂକ୍ରାନ୍ତରେ କିଛି ଦସ୍ତାବିଜ ଦିଆଯାଇନି। କୋର୍ଟ ଏବେ ଏହି ମାମଲାରେ କାଗଜପତ୍ର ଯାଞ୍ଚ କରୁଥିବାବେଳେ ଆସନ୍ତା ମାର୍ଚ୍ଚ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରଖିଛନ୍ତି।




