ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ୮ ଘଣ୍ଟା ଜେରା

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି। କେଜ୍ରିୱାଲ ସିବିଆଇ ଦପ୍ତରରେ ମୋଟ ୯ ଘଣ୍ଟା ରହିଥିବା ବେଳେ ତାଙ୍କୁ ୮ ଘଣ୍ଟା ଜେରା ହୋଇଛି। ମଧ୍ୟାହ୍ନ ଭୋଜନ ପାଇଁ ୧ ଘଣ୍ଟା ବିରତି ରହିଥିଲା। ସିବିଆଇ ଦପ୍ତରରୁ ଫେରିବା ପରେ କେଜ୍ରିୱାଲ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ସିବିଆଇ ମୋଟ ୫୬ଟି ପ୍ରଶ୍ନ କରିଥିଲା ଏବଂ ସମଗ୍ର ମାମଲା ମିଥ୍ୟା ଉପରେ ପର୍ଯ୍ୟବସିତ ଥିଲା। ଏହି […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି। କେଜ୍ରିୱାଲ ସିବିଆଇ ଦପ୍ତରରେ ମୋଟ ୯ ଘଣ୍ଟା ରହିଥିବା ବେଳେ ତାଙ୍କୁ ୮ ଘଣ୍ଟା ଜେରା ହୋଇଛି। ମଧ୍ୟାହ୍ନ ଭୋଜନ ପାଇଁ ୧ ଘଣ୍ଟା ବିରତି ରହିଥିଲା। ସିବିଆଇ ଦପ୍ତରରୁ ଫେରିବା ପରେ କେଜ୍ରିୱାଲ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ସିବିଆଇ ମୋଟ ୫୬ଟି ପ୍ରଶ୍ନ କରିଥିଲା ଏବଂ ସମଗ୍ର ମାମଲା ମିଥ୍ୟା ଉପରେ ପର୍ଯ୍ୟବସିତ ଥିଲା। ଏହି ମାମଲାରେ ସିବିଆଇ ତାଙ୍କୁ ପୁଣି ଜେରା କରିବ ନେଇ କୌଣସି ସଙ୍କେତ ଦେଇନାହିଁ ବୋଲି କେଜ୍ରିୱାଲ କହିଛନ୍ତି। ଅନ୍ୟପକ୍ଷରେ କେଜ୍ରିୱାଲଙ୍କୁ ସିବିଆଇ ଜେରା ବିରୋଧରେ ଆମ୍ ଆଦ୍ମୀ ପାର୍ଟି ଦିଲ୍ଲୀରେ ଜୋର୍ଦାର ବିରୋଧ ପ୍ରଦର୍ଶନ କରିଛି। ଟ୍ରାଫିକ୍ ସମସ୍ୟା ଦେଖାଦେବାରୁ ପୁଲିସ ୩୨ ଜଣ ବିଧାୟକ ଏବଂ ୭୦ କାଉନ୍ସିଲରଙ୍କୁ ଅଟକ ରଖିଥିଲା। ତେବେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋୟଲ କହିଛନ୍ତି ଯେ ଏହା ଗଣତନ୍ତ୍ରର ହତ୍ୟା ଏବଂ ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଅଂଶ ଭାବେ କେଜ୍ରିୱାଲଙ୍କୁ ସିବିଆଇ ଜେରା କରୁଛି। ଜାତୀୟସ୍ତରରେ ଆପ୍ର ଶକ୍ତି ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଅଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରୁଥିବା ସେ ଅଭିଯୋଗ କରିଛନ୍ତି।

Tags: