ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରେ ଝଟକା, ଗିରଫରୁ ସୁରକ୍ଷା ମିଳିଲାନି
ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଝଟକା ଲାଗିଛି। ଅବକାରୀ ଦୁର୍ନୀତି ମାମଲାରେ କୋର୍ଟ ଆଜି କେଜ୍ରିୱାଲଙ୍କୁ ଗିରଫରୁ ଅନ୍ତରୀଣ ସୁରକ୍ଷା ଦେଇନାହାନ୍ତି। ତେବେ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ କେଜ୍ରିୱାଲଙ୍କ ସଦ୍ୟ ପିଟିସନ୍ ଉପରେ ଜବାବ ରଖିବାକୁ କହିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ ତାରିଖକୁ ରଖିଛନ୍ତି। ଜଷ୍ଟିସ ସୁରେଶ କୁମାର କୈତ ଏବଂ ମନୋଜ ଜୈନଙ୍କ ଖଣ୍ଡପୀଠ କହିଛନ୍ତି, ଆମେ ଉଭୟ ପକ୍ଷଙ୍କୁ ଶୁଣିଲୁ। […]
ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶକ୍ତ ଝଟକା ଲାଗିଛି। ଅବକାରୀ ଦୁର୍ନୀତି ମାମଲାରେ କୋର୍ଟ ଆଜି କେଜ୍ରିୱାଲଙ୍କୁ ଗିରଫରୁ ଅନ୍ତରୀଣ ସୁରକ୍ଷା ଦେଇନାହାନ୍ତି। ତେବେ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ କେଜ୍ରିୱାଲଙ୍କ ସଦ୍ୟ ପିଟିସନ୍ ଉପରେ ଜବାବ ରଖିବାକୁ କହିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ ତାରିଖକୁ ରଖିଛନ୍ତି। ଜଷ୍ଟିସ ସୁରେଶ କୁମାର କୈତ ଏବଂ ମନୋଜ ଜୈନଙ୍କ ଖଣ୍ଡପୀଠ କହିଛନ୍ତି, ଆମେ ଉଭୟ ପକ୍ଷଙ୍କୁ ଶୁଣିଲୁ। ଏଭଳି ସ୍ଥିତିରେ ଆମେ ଗିରଫରୁ ସୁରକ୍ଷା ଦେଇପାରିବୁନି ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଇଡି ସମନ୍କୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ ତାଙ୍କୁ ଗିରଫରୁ ସୁରକ୍ଷା ଦେବାପାଇଁ କୋର୍ଟରେ ଆବେଦନ କରିଥିଲେ। ଆପ୍ ମୁଖ୍ୟ ଇଡିର ନବମ ସମନ୍ ବିରୋଧରେ ପିଟିସନ୍ ଦାଖଲ କରିଥିଲେ। ତେବେ ଇଡି ପକ୍ଷରୁ ଆଜି ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ କୋର୍ଟରେ ହାଜର ହୋଇ କହିଥିଲେ, ସମୟ ସରିଗଲା କିନ୍ତୁ କେଜ୍ରିୱାଲ ହାଜର ହେଲେନାହିଁ। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ଇଡି ସମନକୁ ବେଆଇନ କହିବା ସହ ବାରମ୍ବାର ଇଡିରେ ହାଜର ହେବାରୁ ବିରତ ରହିଛନ୍ତି।




