ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଅଷ୍ଟମ ସମନ୍ ଜାରି

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଷ୍ଟମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ କରିଛନ୍ତି। କେଜ୍ରିୱାଲ ଇଡିର ସପ୍ତମ ସମନ୍ ଏଡ଼ାଇବା ପରେ ଆଜି ପୁଣିଥରେ ତାଙ୍କୁ ଅଷ୍ଟମ ଥର ପାଇଁ ସମନ୍ କରାଯାଇଛି। କେଜ୍ରିୱାଲ କହିଛନ୍ତି, ତାଙ୍କୁ କୋର୍ଟ ଏଥିପାଇଁ ଅନୁମତି ଦେଲେ ସେ ଇଡିରେ ହାଜର ହେବେ। ତେବେ କେଜ୍ରିୱାଲ ବାରମ୍ବାର ସମନକୁ ଏଡ଼ାଇବାରୁ ଇଡି ଏନେଇ ସିଟି କୋର୍ଟରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଷ୍ଟମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ କରିଛନ୍ତି। କେଜ୍ରିୱାଲ ଇଡିର ସପ୍ତମ ସମନ୍ ଏଡ଼ାଇବା ପରେ ଆଜି ପୁଣିଥରେ ତାଙ୍କୁ ଅଷ୍ଟମ ଥର ପାଇଁ ସମନ୍ କରାଯାଇଛି। କେଜ୍ରିୱାଲ କହିଛନ୍ତି, ତାଙ୍କୁ କୋର୍ଟ ଏଥିପାଇଁ ଅନୁମତି ଦେଲେ ସେ ଇଡିରେ ହାଜର ହେବେ। ତେବେ କେଜ୍ରିୱାଲ ବାରମ୍ବାର ସମନକୁ ଏଡ଼ାଇବାରୁ ଇଡି ଏନେଇ ସିଟି କୋର୍ଟରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷେ କେଜ୍ରିୱାଲ ଏବଂ ତାଙ୍କ ଦଳ ଅଭିଯୋଗ କରିଛନ୍ତି ଯେ ଇଡି ଦ୍ବାରା କରାଯାଇଥିବା ସମନ୍ ବେଆଇନ। କେଜ୍ରିୱାଲ ମଧ୍ୟ କହିଛନ୍ତି, ଇଣ୍ଡିଆ ମେଣ୍ଟ ଛାଡ଼ିବାପାଇଁ ତାଙ୍କ ଉପରେ ଚାପ ପକାଇବାକୁ ଏହା ଏକ ଷଡ଼ଯନ୍ତ୍ର। ଆପ୍ ମୁଖ୍ୟ ଅଭିଯୋଗ କରିଛନ୍ତି ଯେ କୋର୍ଟରେ ଶୁଣାଣି ଜାରି ରହିଥିଲେ ସୁଦ୍ଧା ଇଡି ତାଙ୍କୁ ବାରମ୍ବାର ସମନ୍ ଜାରି କରିଛି। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ତାଙ୍କ ମନ୍ତ୍ରୀ ଏବଂ ବିଧାୟକମାନଙ୍କ ସହ ସୋମବାର ଦିନ ରାଜଘାଟ ଯାଇଥିଲେ। ପୁର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିନସୋଦିଆ ଗିରଫ ହେବାକୁ ଗୋଟିଏ ବର୍ଷ ହେବା ପରେ କେଜ୍ରିୱାଲ ଏହି ଦିନକୁ ସ୍ମରଣୀୟ କରିବାପାଇଁ ରାଜଘାଟ ଯାଇଥିଲେ।

Tags: