ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ସମନ୍ କଲା ଇଡି

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ କରିଛି। ଗୁରୁବାର ଦିନ କେଜ୍ରିୱାଲଙ୍କୁ ଇଡି ସମନ୍ କରିଛି। ତେବେ ଦ୍ବିତୀୟ ଥର ପାଇଁ କେଜ୍ରିୱାଲ୍ଙ୍କୁ ସମନ୍ କରାଯାଇଛି। ଗତ ନଭେମ୍ବର ୨ ତାରିଖରେ ପ୍ରଥମ ଥର ପାଇଁ କେଜ୍ରିୱାଲଙ୍କୁ ସମନ୍ କରାଯାଇଥିଲା। କିନ୍ତୁ କେଜ୍ରିୱାଲ ଇଡିରେ ହାଜର ନହୋଇ ମଧ୍ୟପ୍ରଦେଶରେ ନିଜ ଦଳ ପାଇଁ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିଲେ। ଆପ୍ ନେତା କେଜ୍ରିୱାଲ ସେ ସମୟରେ […]

Samaya Live Picture
Published On

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ କରିଛି। ଗୁରୁବାର ଦିନ କେଜ୍ରିୱାଲଙ୍କୁ ଇଡି ସମନ୍ କରିଛି। ତେବେ ଦ୍ବିତୀୟ ଥର ପାଇଁ କେଜ୍ରିୱାଲ୍ଙ୍କୁ ସମନ୍ କରାଯାଇଛି। ଗତ ନଭେମ୍ବର ୨ ତାରିଖରେ ପ୍ରଥମ ଥର ପାଇଁ କେଜ୍ରିୱାଲଙ୍କୁ ସମନ୍ କରାଯାଇଥିଲା। କିନ୍ତୁ କେଜ୍ରିୱାଲ ଇଡିରେ ହାଜର ନହୋଇ ମଧ୍ୟପ୍ରଦେଶରେ ନିଜ ଦଳ ପାଇଁ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିଲେ। ଆପ୍ ନେତା କେଜ୍ରିୱାଲ ସେ ସମୟରେ ଇଡିକୁ ଏକ ଚିଠି ଲେଖି ଜଣାଇଥିଲେ ଯେ ସେ ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ହାଜର ହୋଇପାରିବେନି। କେଜ୍ରିୱାଲ ମଧ୍ୟ ତାଙ୍କ ସମନ୍କୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲରେ ସିବିଆଇ କେଜ୍ରିୱାଲଙ୍କୁ ୯ ଘଣ୍ଟା ପାଇଁ ଜେରା କରିଥିଲା। ଏହାପରେ କେଜ୍ରିୱାଲ କହିଥିଲେ, ସିବିଆଇ ମତେ ୫୬ଟି ପ୍ରଶ୍ନ କରିଛି କିନ୍ତୁ ସମସ୍ତ ପ୍ରଶ୍ନ ମିଥ୍ୟା।

Tags: