ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ : ଆପ୍ ନେତା ମନୀଷ ସିସୋଦିଆଙ୍କୁ ଆଜି ସୁପ୍ରିମକୋର୍ଟରେ ଶକ୍ତ ଝଟ୍କା ଲାଗିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆଜି ସିସୋଦିଆଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମାମଲାରେ ୩୩୮ କୋଟି ଟଙ୍କାର ନେଣଦେଣ ଆପାତତଃ ପ୍ରମାଣିତ ହୋଇଥିବା ଆଧାରରେ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଏସଭିଏନ୍ ଭଟ୍ଟିଙ୍କ ଖଣ୍ଡପୀଠ ସିସୋଦିଆଙ୍କ ୨ଟି ପୃଥକ୍ ଜାମିନ ଆବେଦନ ଉପରେ […]
ନୂଆଦିଲ୍ଲୀ : ଆପ୍ ନେତା ମନୀଷ ସିସୋଦିଆଙ୍କୁ ଆଜି ସୁପ୍ରିମକୋର୍ଟରେ ଶକ୍ତ ଝଟ୍କା ଲାଗିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆଜି ସିସୋଦିଆଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମାମଲାରେ ୩୩୮ କୋଟି ଟଙ୍କାର ନେଣଦେଣ ଆପାତତଃ ପ୍ରମାଣିତ ହୋଇଥିବା ଆଧାରରେ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଏସଭିଏନ୍ ଭଟ୍ଟିଙ୍କ ଖଣ୍ଡପୀଠ ସିସୋଦିଆଙ୍କ ୨ଟି ପୃଥକ୍ ଜାମିନ ଆବେଦନ ଉପରେ ଶୁଣାଣି କରି ଗତ ଅକ୍ଟୋବର ୧୭ରେ ରାୟ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ରାୟ ଶୁଣାଇବା ସହ ସିସୋଦିଆଙ୍କୁ ଶକ୍ତ ଝଟ୍କା ଲାଗିଛି। ଖଣ୍ଡପୀଠ କହିଛନ୍ତି, ମାମଲାରେ ୩୩୮ କୋଟି ଟଙ୍କାର କାରବାର ଆପାତତଃ ପ୍ରମାଣିତ ହୋଇଥିବାରୁ ଆମେ ଏହି ମାମଲାରେ ଜାମିନ ଆବେଦନକୁ ଖାରଜ କରିଦେଉଛୁ। ତେବେ ମାମଲାର ବିଚାରଣ ୬ରୁ ୮ ମାସ ମଧ୍ୟରେ ଶେଷ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ସିସୋଦିଆ ଆଉ ୬ ମାସ ଜେଲ୍ରେ ରହିବେ।




