ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂହଙ୍କ ଦିଲ୍ଲୀ ବାସଭବନରେ ଚଢ଼ଉ
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂହଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆଜି ଚଢ଼ଉ ହୋଇଛି। ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କ ବାସଭବନରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଖାନ୍ ତଲାସି କରିଛି। ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ୍ରେ ସିଂହଙ୍କ ନାଁ ଅଛି। ଏହାପୂର୍ବରୁ ଏହି ମାମଲାରେ ଅନ୍ୟ ସାଂସଦଙ୍କ ବାସଭବନରେ ମଧ୍ୟ ଚଢ଼ଉ ହୋଇଥିଲା। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସଂଜୟ ସିଂହଙ୍କ ବାପା କହିଛନ୍ତି, ବିଭାଗ […]
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂହଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆଜି ଚଢ଼ଉ ହୋଇଛି। ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କ ବାସଭବନରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଖାନ୍ ତଲାସି କରିଛି। ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ୍ରେ ସିଂହଙ୍କ ନାଁ ଅଛି। ଏହାପୂର୍ବରୁ ଏହି ମାମଲାରେ ଅନ୍ୟ ସାଂସଦଙ୍କ ବାସଭବନରେ ମଧ୍ୟ ଚଢ଼ଉ ହୋଇଥିଲା। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସଂଜୟ ସିଂହଙ୍କ ବାପା କହିଛନ୍ତି, ବିଭାଗ ଏହାର କାମ କରୁଛି। ଆମେ ସେମାନଙ୍କୁ ସହଯୋଗ କରୁଛୁ। ସେ ଏହି ମାମଲାରେ କ୍ଲିନଚିଟ୍ ପାଇବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ। ଇତି ମଧ୍ୟରେ ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ ସିଂହ ସଂସଦରେ ଆଦାନୀ ପ୍ରସଙ୍ଗ ଉଠାଇବାରୁ ତାଙ୍କୁ ଟାର୍ଗେଟ୍ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ୧ ହଜାରରୁ ଅଧିକ ଥର ଚଢ଼ଉ ହେଲାଣି। କିନ୍ତୁ ପୂର୍ବରୁ କିଛି ମିଳିନାହିଁ କି ଆଗକୁ ମଧ୍ୟ କିଛି ମିଳିବନି।




