ଅପହରଣ ଓ ହତ୍ୟା ମାମଲାରେ ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡ ହୋଇଛି। ଅପହରଣ ଏବଂ ହତ୍ୟା ମାମଲାରେ ଗାଜିପୁର ଏମପି-ଏମଏଲଏ କୋର୍ଟ ମୁଖତାର ଅନସାରୀଙ୍କୁ ଦୋଷୀସାବ୍ୟସ୍ତ କରି ତାଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଛନ୍ତି। ଗ୍ୟାଙ୍ଗଷ୍ଟର ଆଇନ ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କୋର୍ଟ ମଧ୍ୟ ମୁଖତାର ଅନସାରୀଙ୍କୁ ୫ ଲକ୍ଷ ଜରିମାନା କରିଛନ୍ତି। ୧୯୯୬ ମସିହାରେ ଭିଏଚପି (ବିଶ୍ବ ହିନ୍ଦୁ ପରିଷଦ) ନେତା ନନ୍ଦକିଶୋର ରଙ୍ଗତା ଅପହରଣ ମାମଲା ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡ ହୋଇଛି। ଅପହରଣ ଏବଂ ହତ୍ୟା ମାମଲାରେ ଗାଜିପୁର ଏମପି-ଏମଏଲଏ କୋର୍ଟ ମୁଖତାର ଅନସାରୀଙ୍କୁ ଦୋଷୀସାବ୍ୟସ୍ତ କରି ତାଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଛନ୍ତି। ଗ୍ୟାଙ୍ଗଷ୍ଟର ଆଇନ ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କୋର୍ଟ ମଧ୍ୟ ମୁଖତାର ଅନସାରୀଙ୍କୁ ୫ ଲକ୍ଷ ଜରିମାନା କରିଛନ୍ତି। ୧୯୯୬ ମସିହାରେ ଭିଏଚପି (ବିଶ୍ବ ହିନ୍ଦୁ ପରିଷଦ) ନେତା ନନ୍ଦକିଶୋର ରଙ୍ଗତା ଅପହରଣ ମାମଲା ଏବଂ ୨୦୦୫ରେ ବିଜେପି ବିଧାୟକ କ୍ରୀଷ୍ଣାନନ୍ଦ ରାୟ ହତ୍ୟା ମାମଲାରେ ତାଙ୍କ ବିରୋଧରେ ମାମଲା ଥିଲା। ୨୦୦୧ ମସିହାର ‘ଉସରି ଚଟ୍ଟି’ ଗ୍ୟାଙ୍ଗୱାର ଘଟଣାରେ ମୁଖତାର ଅନସାରୀଙ୍କ ବିରୋଧରେ ଚଳିତ ବର୍ଷ ଜାନୁଆରିରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଆଇପିସିର ଧାରା ୩୦୨ ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମୁଖତାର ଅନସରରୀ ମଉ ବିଧାନସଭା ନିର୍ବାଚନମଣ୍ଡଳୀରୁ ୫ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ମୁଖତାର ଅନସାରୀ ଏବେ ଅନ୍ୟ ଏକ ହତ୍ୟା ମାମଲାରେ ଜେଲରେ ଅଛନ୍ତି।

Tags: