ଅପରେସନ ସିନ୍ଦୂର ଉପରେ ଏନ୍‌ସିଇଆରଟି ଆଣିଲା ସ୍ବତନ୍ତ୍ର ପୁସ୍ତିକା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ ଭାରତ ଆରମ୍ଭ କରିଥିବା ‘ଅପରେସନ୍‌ ସିନ୍ଦୂର’ ଏବେ ଚର୍ଚ୍ଚାରେ ରହିଥିବା ବେଳେ ସଶସ୍ତ୍ର ବାହିନୀର ପରାକ୍ରମ ବିଷୟରେ ଛାତ୍ରଛାତ୍ରୀ ଅବଗତ ହେବାପାଇଁ ଏନ୍‌ସିଇଆରଟି ଏନେଇ ଏକ ସ୍ବତନ୍ତ୍ର ପୁସ୍ତିକା (ମଡ୍ୟୁଲ) ଆଣିଛି। ତୃତୀୟରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହାକୁ ପଢ଼ିବେ। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିବଦଳରେ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ, ଦେଶର ପ୍ରତିରକ୍ଷା ପ୍ରସ୍ତୁତି, ନୂଆ ଜ୍ଞାନକୌଶଳର ବ୍ୟବହାର ତଥା ବର୍ଦ୍ଧିତ ବୈଶ୍ବିକ ଭୂମିକା ସମ୍ପର୍କରେ […]

ଅପରେସନ ସିନ୍ଦୂର ଉପରେ ଏନ୍‌ସିଇଆରଟି ଆଣିଲା ସ୍ବତନ୍ତ୍ର ପୁସ୍ତିକା
Samaya Live Picture
Published On

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ ଭାରତ ଆରମ୍ଭ କରିଥିବା ‘ଅପରେସନ୍‌ ସିନ୍ଦୂର’ ଏବେ ଚର୍ଚ୍ଚାରେ ରହିଥିବା ବେଳେ ସଶସ୍ତ୍ର ବାହିନୀର ପରାକ୍ରମ ବିଷୟରେ ଛାତ୍ରଛାତ୍ରୀ ଅବଗତ ହେବାପାଇଁ ଏନ୍‌ସିଇଆରଟି ଏନେଇ ଏକ ସ୍ବତନ୍ତ୍ର ପୁସ୍ତିକା (ମଡ୍ୟୁଲ) ଆଣିଛି। ତୃତୀୟରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହାକୁ ପଢ଼ିବେ। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିବଦଳରେ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ, ଦେଶର ପ୍ରତିରକ୍ଷା ପ୍ରସ୍ତୁତି, ନୂଆ ଜ୍ଞାନକୌଶଳର ବ୍ୟବହାର ତଥା ବର୍ଦ୍ଧିତ ବୈଶ୍ବିକ ଭୂମିକା ସମ୍ପର୍କରେ ଏଥିରେ ତଥ୍ୟ ରହିଛି। ପାକିସ୍ତାନ କିପରି ଭାରତରେ ବାରମ୍ବାର ଶାନ୍ତିଭଙ୍ଗ କରିବାକୁ ଚେଷ୍ଟା କରୁଛି ସେ ବିଷୟରେ ସମ୍ୟକ ସୂଚନା ଦିଆଯାଇଛି। ୨୦୧୬ ଉରି ଆକ୍ରମଣ, ୨୦୧୯ ପୁଲୱାମା ଆକ୍ରମଣକୁ ଉଦାହରଣ ଭାବେ ଦିଆଯାଇଛି। ପହଲଗାମରେ ୨୬ ଜଣଙ୍କୁ ହତ୍ୟା ବଦଳରେ ମେ’ ୭ରେ ଭାରତ ଅପରେସନ ସିନ୍ଦୂର କାର୍ଯ୍ୟକାରୀ କରିଥିଲା। ପାକ୍‌ ଆତଙ୍କବାଦୀମାନେ ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା ସହିତ ଧାର୍ମିକ ଭାବନାକୁ ଆଘାତ ଦେବାକୁ ଚାହୁଥିଲେ। ପୁସ୍ତିକାରେ ସ୍ଥାନୀୟ ଲୋକଙ୍କ ସହଯୋଗ ବିଷୟରେ ମଧ୍ୟ ସ୍ବତନ୍ତ୍ର ଉଲ୍ଲେଖ ରହିଛି। ସେମାନେ ଆତଙ୍କବାଦ ବିରୋଧରେ ଛିଡ଼ା ହେବା ସହିତ ଏହାର କଡ଼ା ନିନ୍ଦା କରିଥିଲେ।

Tags: