ଅପରେସନ କାବେରୀ ଅଧୀନରେ ଅହମଦାବାଦ ଫେରିଲେ ୨୩୧ ଭାରତୀୟ
ଜେଦାହ: ହିଂସା ପ୍ରବଣ ସୁଦାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦଶମ ବ୍ୟାଚ୍ରେ ୨୩୧ ଭାରତୀୟ ଜେଦାହ ଛାଡ଼ିଛନ୍ତି। ସେମାନେ ଅହମଦାବାଦ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚୀ ଏକ ଟ୍ବିଟ୍ କରି କହିଛନ୍ତି, ଅପରେସନ କାବେରୀ ଅଧୀନରେ ଦଶମ ବ୍ୟାଚ୍ରେ ୨୩୧ ଯାତ୍ରୀଙ୍କୁ ଅହମଦାବାଦ ଅଣାଯାଇଛି। ପୂର୍ବରୁ ସୋମବାର ଦିନ ୧୮୬ ଭାରତୀୟ ସୁଦାନରୁ କୋଚି ଆସି ପହଞ୍ଚିଥିଲେ। ବାୟୁସେନା ବିମାନରେ ୧୪୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଗଲାଣି। […]
ଜେଦାହ: ହିଂସା ପ୍ରବଣ ସୁଦାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦଶମ ବ୍ୟାଚ୍ରେ ୨୩୧ ଭାରତୀୟ ଜେଦାହ ଛାଡ଼ିଛନ୍ତି। ସେମାନେ ଅହମଦାବାଦ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚୀ ଏକ ଟ୍ବିଟ୍ କରି କହିଛନ୍ତି, ଅପରେସନ କାବେରୀ ଅଧୀନରେ ଦଶମ ବ୍ୟାଚ୍ରେ ୨୩୧ ଯାତ୍ରୀଙ୍କୁ ଅହମଦାବାଦ ଅଣାଯାଇଛି। ପୂର୍ବରୁ ସୋମବାର ଦିନ ୧୮୬ ଭାରତୀୟ ସୁଦାନରୁ କୋଚି ଆସି ପହଞ୍ଚିଥିଲେ। ବାୟୁସେନା ବିମାନରେ ୧୪୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଗଲାଣି। ନୌସେନା ଜାହାଜରେ ମଧ୍ୟ ଉଦ୍ଧାର କାର୍ଯ୍ୟ କରାଯାଉଛି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ଦିନ କହିଛନ୍ତି ଯେ ପ୍ରାୟ ୨୩୦୦ ଭାରତୀୟ ଦେଶରେ ପହଞ୍ଚି ସାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୁଦାନରେ ହିଂସା ଜାରି ରହିଛି। ଅସ୍ତ୍ରବିରତି ସମୟ ଶେଷ ହେବାପରେ ସୁଦାନ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ପୁଣିଥରେ ଲଢ଼େଇ ଆରମ୍ଭ ହୋଇଛି। ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ସୁଦାନରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେବ ବୋଲି ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅପରେସନ କାବେରୀ ଅଧୀନରେ ଭାରତ ସୁଦାନରେ ସାମରିକ ବିମାନ ଏବଂ ଯୁଦ୍ଧଜାହାଜ ମୁତୟନ କରିଛି।




