‘ଅପରେସନ ଅଜୟ’ ୨୧୨ ଭାରତୀୟଙ୍କୁ ଧରି ପ୍ରଥମ ବିମାନ ନୂଆଦିଲ୍ଲୀରେ ପହଞ୍ଚିଲା

ନୂଆଦିଲ୍ଲୀ: ଯୁଦ୍ଧପ୍ରବଣ ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାପାଇଁ ଭାରତ ସରକାର ଆରମ୍ଭ କରିଥିବା ‘ଅପରେସନ ଅଜୟ’ ଅଧୀନରେ ଆଜି ପ୍ରଥମ ବ୍ୟାଚ୍‌ରେ ୨୧୨ ଭାରତୀୟ ନାଗରିକ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଥମ ଚାର୍ଟର ବିମାନରେ ୨୧୧ ଜଣ ବୟସ୍କ ବ୍ୟକ୍ତିଙ୍କୁ ଏବଂ ଜଣେ ଶିଶୁକୁ ଅଣାଯାଇଛି। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ବିମାନବନ୍ଦରରେ ଉପସ୍ଥିତ ରହି ଇସ୍ରାଏଲରୁ ଫେରିଥିବା ଭାରତୀୟ ନାଗରିକଙ୍କୁ ପାଛୋଟି ନେଇଛନ୍ତି। ଇସ୍ରାଏଲରୁ ଫେରିଥିବା ଯାତ୍ରୀମାନେ ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜଣେ […]

Samaya Live Picture
Published On

ନୂଆଦିଲ୍ଲୀ: ଯୁଦ୍ଧପ୍ରବଣ ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାପାଇଁ ଭାରତ ସରକାର ଆରମ୍ଭ କରିଥିବା ‘ଅପରେସନ ଅଜୟ’ ଅଧୀନରେ ଆଜି ପ୍ରଥମ ବ୍ୟାଚ୍‌ରେ ୨୧୨ ଭାରତୀୟ ନାଗରିକ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଥମ ଚାର୍ଟର ବିମାନରେ ୨୧୧ ଜଣ ବୟସ୍କ ବ୍ୟକ୍ତିଙ୍କୁ ଏବଂ ଜଣେ ଶିଶୁକୁ ଅଣାଯାଇଛି। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ବିମାନବନ୍ଦରରେ ଉପସ୍ଥିତ ରହି ଇସ୍ରାଏଲରୁ ଫେରିଥିବା ଭାରତୀୟ ନାଗରିକଙ୍କୁ ପାଛୋଟି ନେଇଛନ୍ତି। ଇସ୍ରାଏଲରୁ ଫେରିଥିବା ଯାତ୍ରୀମାନେ ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜଣେ ଯାତ୍ରୀ କହିଛନ୍ତି, ପ୍ରଥମ ଥର ପାଇଁ ଆମେ ସେଠାରେ ଏଭଳି ସ୍ଥିତି ସାମ୍ନା କଲୁ। ଭାରତ ସରକାରଙ୍କ ପ୍ରତି ଆମେ କୃତଜ୍ଞ। ବିଶେଷ କରି ଆମକୁ ଫେରାଇ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ। ଯାତ୍ରୀ ଜଣଙ୍କ କହିଛନ୍ତି ଆମେ ଇସ୍ରାଏଲରେ ଯଥାସମ୍ଭବ ଶାନ୍ତି କାମନା କରୁଛୁ। ଏହାଫଳରେ ଆମେ ପୁଣିଥରେ ସେଠାକୁ ଫେରିଯାଇ ଆମ କାମରେ ଯୋଗ ଦେଇପାରିବୁ।

Tags: