‘ଅପରେସନ୍ ସିନ୍ଦୂର’ ନାଁକୁ ନେଇ ଗୃହରେ କମ୍ପିଲେ ଜୟା ବଚ୍ଚନ
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ସାଂସଦ ତଥା ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଆଜି ସଂସଦରେ ‘ଅପରେସନ୍ ସିନ୍ଦୂର’ ନାଁକୁ ନେଇ ପ୍ରଶ୍ନ ଉଠାଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଜୟା ବଚ୍ଚନ କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଯେଉଁଠି ଅନେକ ମହିଳାଙ୍କର ସିନ୍ଦୂର ଉଜାଡ଼ି ଦେଇଛି ସେଠି ଅପରେସନ୍ର ନାଁ ସିନ୍ଦୂର କାହିଁକି ଦିଆଗଲା। ରାଜ୍ୟସଭାରେ ‘ଅପରେସନ୍ ସିନ୍ଦୂର’ ଆଲୋଚନାରେ ଅଂଶଗ୍ରହଣ କରିବା ସମୟରେ ଜୟା ବଚ୍ଚନ ପ୍ରଥମେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହାରିଥିବା […]
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ସାଂସଦ ତଥା ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଆଜି ସଂସଦରେ ‘ଅପରେସନ୍ ସିନ୍ଦୂର’ ନାଁକୁ ନେଇ ପ୍ରଶ୍ନ ଉଠାଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଜୟା ବଚ୍ଚନ କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଯେଉଁଠି ଅନେକ ମହିଳାଙ୍କର ସିନ୍ଦୂର ଉଜାଡ଼ି ଦେଇଛି ସେଠି ଅପରେସନ୍ର ନାଁ ସିନ୍ଦୂର କାହିଁକି ଦିଆଗଲା। ରାଜ୍ୟସଭାରେ ‘ଅପରେସନ୍ ସିନ୍ଦୂର’ ଆଲୋଚନାରେ ଅଂଶଗ୍ରହଣ କରିବା ସମୟରେ ଜୟା ବଚ୍ଚନ ପ୍ରଥମେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହାରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରି ତାଙ୍କ ଭାଷଣ ଆରମ୍ଭ କରିଥିଲେ। ଜୟା କହିଛନ୍ତି, ‘ ଅପରେସନ୍କୁ ଆପଣ ଅତି ବିଶାଳ ନାମ ଦେଇଛନ୍ତି। ଆପଣ କାହିଁକି ‘ସିନ୍ଦୂର’ ନାଁ ଦେଲେ। ସିନ୍ଦୂର ତ’ ଉଜୁଡ଼ିଗଲା। ଶାସକ ଦଳର ନେତାମାନେ ତାଙ୍କ ଭାଷଣରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବା ସମୟରେ ସେ କ୍ରୋଧିତ ହୋଇଗଲେ। ଏହାପରେ ଜୟା କହିଲେ, ‘ଆପଣ କହିବେ ନହେଲେ ମୁଁ କହିବି। ଯେତେବେଳେ ଆପଣ କହୁଛନ୍ତି, ମୁଁ ହସ୍ତକ୍ଷେପ କରୁନାହିଁ। ଯେତେବେଳେ ଜଣେ ମହିଳା କହୁଛନ୍ତି, ତାହା ଆପଣମାନଙ୍କୁ ଶୁଣିବାକୁ ପଡ଼ିବ। ତେଣୁ କ’ଣ କହୁଛି ଟିକେ ଧ୍ୟାନ ଦିଅନ୍ତୁ ।’ ଜୟା ଅତ୍ୟଧିତ କ୍ରୋଧିତ ହୋଇଯିବା ସମୟରେ ତାଙ୍କ ନିକଟରେ ବସିଥିବା ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ତାଙ୍କୁ ଶାନ୍ତ କରିବାପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଜୟା କହିଥିଲେ ‘ପ୍ରିୟଙ୍କା ମତେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନାହିଁ’। ଏଥିରେ ପ୍ରିୟଙ୍କା ହସି ଦେଇଥିଲେ। ସମାଜବାଦୀ ପାର୍ଟି ସାଂସଦ ଗୁଇନ୍ଦା ବିଫଳତା ନେଇ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି, ଲୋକଙ୍କ ବିଶ୍ବାସକୁ ଆପଣ ଭାଙ୍ଗି ଦେଇଛନ୍ତି। ମୃତକଙ୍କ ପରିବାର ସଦସ୍ୟ ଆପଣଙ୍କୁ କେବେ ବି କ୍ଷମା ଦେବେନାହିଁ ବୋଲି ସେ କହିଛନ୍ତି।




