ଅପରାଧିକ ମାନହାନି ମାମଲା, କ୍ଷମା ମାଗିବାକୁ ମନା କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସ ‌ନେତା ରାହୁଲ ଗାନ୍ଧି ବୁଧବାର ସୁପ୍ରିମକୋର୍ଟରେ ଏକ ଜବାବୀ ସତ୍ୟପାଠ ଦାଖଲ କରିଛନ୍ତି ଏବଂ ୨୦୧୯ ମସିହାର ଅପରାଧିକ ମାନହାନି ମାମଲାରେ କ୍ଷମା ମାଗିବେ ନାହିଁ ବୋଲି ମନା କରିଦେଇଛନ୍ତି। ୬୩ ପୃଷ୍ଠାର ସତ୍ୟପାଠ ଦାଖଲ କରି ରାହୁଲ ଗାନ୍ଧି ତାଙ୍କ ବିରୋଧରେ କୌଣସି ମାନହାନି ମାମଲା ଥିବା ଖଣ୍ଡନ କରିଛନ୍ତି। ରାହୁଲ କହିଛନ୍ତି, ତାଙ୍କୁ ଫସାଇବାପାଇଁ ଜନ ପ୍ରତିନିଧି ଆଇନର ଅପବ୍ୟବହାର କରାଯାଇଛି। ରାହୁଲ କହିଛନ୍ତି, ସେ କୌଣସି ଗୁରୁତର ଅପରାଧ […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ‌ନେତା ରାହୁଲ ଗାନ୍ଧି ବୁଧବାର ସୁପ୍ରିମକୋର୍ଟରେ ଏକ ଜବାବୀ ସତ୍ୟପାଠ ଦାଖଲ କରିଛନ୍ତି ଏବଂ ୨୦୧୯ ମସିହାର ଅପରାଧିକ ମାନହାନି ମାମଲାରେ କ୍ଷମା ମାଗିବେ ନାହିଁ ବୋଲି ମନା କରିଦେଇଛନ୍ତି। ୬୩ ପୃଷ୍ଠାର ସତ୍ୟପାଠ ଦାଖଲ କରି ରାହୁଲ ଗାନ୍ଧି ତାଙ୍କ ବିରୋଧରେ କୌଣସି ମାନହାନି ମାମଲା ଥିବା ଖଣ୍ଡନ କରିଛନ୍ତି। ରାହୁଲ କହିଛନ୍ତି, ତାଙ୍କୁ ଫସାଇବାପାଇଁ ଜନ ପ୍ରତିନିଧି ଆଇନର ଅପବ୍ୟବହାର କରାଯାଇଛି। ରାହୁଲ କହିଛନ୍ତି, ସେ କୌଣସି ଗୁରୁତର ଅପରାଧ କରିନାହାନ୍ତି ଏବଂ ତାଙ୍କ ଟିପ୍ପଣୀ ସମାଜ ବିରୋଧୀ ନୁହେଁ। ତେଣୁ ସେ ଦୋଷୀ ନୁହନ୍ତି ଏବଂ ସେ କାହାକୁ କ୍ଷମା ମାଗିବେନି। ମାମଲାରେ ପୁର୍ନେଶ ମୋଦୀଙ୍କ ସତ୍ୟପାଠର ଜବାବ ରଖି ରାହୁଲ ଏହି ସତ୍ୟପାଠ ଦାଖଲ କରିଛନ୍ତି। ପୁର୍ନେଶ ମୋଦୀଙ୍କ ସତ୍ୟପାଠରେ ରାହୁଲଙ୍କୁ ଅହଙ୍କାରୀ କୁହାଯାଇଥିଲା। ରାହୁଲ ଏହି ମାମଲାରେ କ୍ଷମା ମାଗୁନଥିବାରୁ ତାଙ୍କୁ ଅହଙ୍କାରୀ କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ, ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ଦୋଷୀସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ। ସୁରଟ କୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇବାପାଇଁ ରାହୁଲ ହାଇକୋର୍ଟ ଯାଇଥିଲେ। କିନ୍ତୁ ହାଇକୋର୍ଟରେ କୌଣସି ଆଶ୍ବସ୍ତି ନମିଳିବାରୁ ରାହୁଲ ଶେଷରେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଆସନ୍ତା ଅଗଷ୍ଟ ୪ ତାରିଖରେ ରାହୁଲଙ୍କ ଆବେଦନ ଉପରେ ଶୁଣାଣି କରିବେ।

Tags: