ଅପରାଧିକ ନ୍ୟାୟ ଆଇନରେ ବଡ଼ ପରିବର୍ତ୍ତନ ଆସିବ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଶେଷଦିନରେ ଗୃହମନ୍ତ୍ରୀ ଅମିତ ଶାହ ଅପରାଧିକ ନ୍ୟାୟ ଆଇନରେ ବଡ଼ଧରଣର ପରିବର୍ତ୍ତନ ପାଇଁ ୩ଟି ବିଲ୍ ଲୋକସଭାରେ ଆଗତ କରିଛନ୍ତି। ସେହି ବିଲ୍‌ଗୁଡ଼ିକ ହେଲା ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ୍‌-୨୦୨୩, ଭାରତୀୟ ନ୍ୟାୟ ସଂହିତା ବିଲ୍-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଲ୍‌-୨୦୨୩। ଉକ୍ତ ନୂଆ ବିଲ୍ ଆଗତ କରିବା ସମୟରେ ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ ଏହାଦ୍ବାରା ଭାରତୀୟ ପିଙ୍ଗଳ କୋଡ (ଆଇପିସି)-୧୮୬୦, ଭାରତୀୟ ଦଣ୍ଡବିଧି ଆଇନ (ସିଆରପିସି)-୧୮୯୮ ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଶେଷଦିନରେ ଗୃହମନ୍ତ୍ରୀ ଅମିତ ଶାହ ଅପରାଧିକ ନ୍ୟାୟ ଆଇନରେ ବଡ଼ଧରଣର ପରିବର୍ତ୍ତନ ପାଇଁ ୩ଟି ବିଲ୍ ଲୋକସଭାରେ ଆଗତ କରିଛନ୍ତି। ସେହି ବିଲ୍‌ଗୁଡ଼ିକ ହେଲା ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ୍‌-୨୦୨୩, ଭାରତୀୟ ନ୍ୟାୟ ସଂହିତା ବିଲ୍-୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଲ୍‌-୨୦୨୩। ଉକ୍ତ ନୂଆ ବିଲ୍ ଆଗତ କରିବା ସମୟରେ ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ ଏହାଦ୍ବାରା ଭାରତୀୟ ପିଙ୍ଗଳ କୋଡ (ଆଇପିସି)-୧୮୬୦, ଭାରତୀୟ ଦଣ୍ଡବିଧି ଆଇନ (ସିଆରପିସି)-୧୮୯୮ ଏବଂ ଭାରତୀୟ ପ୍ରମାଣ ଆଇନ-୧୮୭୨। ନୂଆ ବିଲ୍‌ରେ ଦେଶଦ୍ରୋହ ଆଇନକୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବ ରହିଛି। ପୁରୁଣା ଆଇନଗୁଡ଼ିକ ଦାସତ୍ବ (ଗୋଲାମୀ)ର ପ୍ରତୀକ ଥିଲା। ଏସବୁ ବିଲ୍ ସଂସଦୀୟ ସ୍ଥାୟୀ କମିଟିକୁ ପଠାଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି। ୩ଟି ଯାକ ନୂଆ ବିଲ୍ ଯେତେବେଳେ ଆଇନରେ ପରିଣତ ହୋଇଯିବ ସେତେବେଳେ ଭାରତୀୟ ନ୍ୟାୟ ସଂହିତାରେ ବଡ଼ ପରିବର୍ତ୍ତନ ଆସିବ। ସେଥିରେ ଭିଡ଼ ହିଂସା ଠାରୁ ଆରମ୍ଭ କରି ପଳାତକ ଅପରାଧୀଙ୍କ ସଂପର୍କରେ ଆଇନରେ ‌କେତେକ ବଡ଼ ପରବର୍ତ୍ତନର ପ୍ରସ୍ତାବ ରହିଛି।
ରାଜଦ୍ରୋହ ଆଇନ ଶେଷ ହେବ
ଗୃହମନ୍ତ୍ରୀ ଶାହ କହିଛନ୍ତି ବ୍ରିଟିସ ଶାସନ ସମୟରେ ସେମାନଙ୍କ ଶାସନକୁ ବଞ୍ଚାଇବା ପାଇଁ ରାଜଦ୍ରୋହ ଆଇନ ପ୍ରଣୟନ ହୋଇଥିଲା। ତେଣୁ ରାଜଦ୍ରୋହ ଆଇନକୁ ସଂପୂର୍ଣ୍ଣ ଭାବେ ଶେଷ କରିବା ଲାଗି ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଲୋକତନ୍ତ୍ରରେ ସମସ୍ତଙ୍କର କହିବାର ଅଧିକାର ରହିଛି।
ମିଥ୍ୟା ପରିଚୟ ଦେଇ ବିବାହ କଲେ କଠୋର ଦଣ୍ଡ
ମହିଳାଙ୍କ ବିରୋଧରେ ଅପରାଧ ଏବଂ ସାମାଜିକ ସମସ୍ୟାର ମୁକାବିଲା ପାଇଁ ଏହି ଆଇନ ପ୍ରଣୟନ କରାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ପ୍ରଥମ ଥର ପାଇଁ ବିବାହ, ଚାକିରି, ପଦୋନ୍ନତି ଆଦିର ମିଥ୍ୟା ଅବତାରଣା କରି ଶାରୀରିକ ସମ୍ପର୍କକୁ ଅପରାଧ ଶ୍ରେଣୀଭୁକ୍ତ କରୁଛନ୍ତି ନରେନ୍ଦ୍ର ମୋଦୀ ସରକାର।
ପଳାତକଙ୍କୁ ଏବେ ଦଣ୍ଡ ମିଳିବ
ମାମଲାର ବିଚାରବେ‌ଳେ ନିଖୋଜ ଥିବା ଅପରାଧୀଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା କରାଯାଇଛି ବୋଲି ଶାହ କହିଛନ୍ତି। ସେ କହିଛନ୍ତି ଯେ ଦାଉଦ ଅନେକ ମାମଲାରେ ୱାଣ୍ଟେଡ୍ ଅଛି, ସେ ଫେରାର ହୋଇଯାଇଛି, ତା ବିରୋଧରେ ଟ୍ରା‌ଏଲ ହେଉନାହିଁ। ଆମେ ନିଷ୍ପତ୍ତି ନେଇଛୁ ଯେ ଏବେ ନିଖୋଜ ଅପରାଧୀଙ୍କ କ୍ଷେତ୍ରରେ ସମଗ୍ର ପ୍ରକ୍ରିୟା ପରେ ସେସନ୍ସ କୋର୍ଟର ବିଚାରପତି ତାଙ୍କ ଅନୁପସ୍ଥିତିରେ ସେହି ବ୍ୟକ୍ତିଙ୍କୁ ପଳାତକ ଘୋଷଣା କରିବେ ଏବଂ ତାଙ୍କୁ ଦଣ୍ଡ ମଧ୍ୟ ଦିଆଯିବ। ସଂସାରରେ ସେ ଯେଉଁଠି ଲୁଚି ରହିଲେ ବି ଦଣ୍ଡ ମିଳିବ।
ଭିଡ଼ ହିଂସା ମାମଲାରେ ଆଜୀବନ କାରାଦଣ୍ଡ ଓ ମୃତ୍ୟୁଦଣ୍ଡ ବ୍ୟବସ୍ଥା
ଏହି ବିଲ୍ ଉପସ୍ଥାପନ କରିବା ସମୟରେ ଅମିତ ଶାହ କହିଛନ୍ତି ଯେ ଭିଡ଼ ହିଂସା ପାଇଁ ୭ ବର୍ଷ କାରାଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ଓ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ଭିଡ଼ ହିଂସା ରୋକିବା ପାଇଁ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Tags: