ଅନ୍ୟ ଜଣେ ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଖନୌରି ସୀମାରେ ଅନ୍ୟ ଜଣେ ଆନ୍ଦୋଳନରତ କୃଷକଙ୍କର ମୃତ୍ୟୁ ହୋଇଯାଇଛି। ଦିଲ୍ଲୀ ଚଲୋ ଅଭିଯାନ ଅଧୀନରେ ଚାଲିଥିବା ଆନ୍ଦୋଳନରେ ଆଜି ଅନ୍ୟ ଜଣେ କୃଷକଙ୍କର ମୃତ୍ୟୁ ହୋଇଯାଇଛି। ଏଥିସହ ମୋଟ୍ ୪ ଜଣ କୃଷକଙ୍କର ମୃତ୍ୟୁ ହେଲାଣି ବୋଲି ଚାଷୀ ନେତା ସରୱନ ସିଂହ ପାଣ୍ଢେର କହିଛନ୍ତି। ମୃତ୍ୟୁ ହୋଇଥିବା ଚାଷୀଙ୍କ ବୟସ ୬୨। ସେ ଭଟିଣ୍ଡା ଜିଲ୍ଲା ଅମରଗଡ଼ ଗ୍ରାମ ବାସିନ୍ଦା। ତାଙ୍କ ନାଁ ଦର୍ଶନ ସିଂହ। ଫେବ୍ରୁଆରି ୧୩ରୁ ସେ ଖନୌରୀ […]

Samaya Live Picture
Published On

ନୂଆଦିଲ୍ଲୀ : ଖନୌରି ସୀମାରେ ଅନ୍ୟ ଜଣେ ଆନ୍ଦୋଳନରତ କୃଷକଙ୍କର ମୃତ୍ୟୁ ହୋଇଯାଇଛି। ଦିଲ୍ଲୀ ଚଲୋ ଅଭିଯାନ ଅଧୀନରେ ଚାଲିଥିବା ଆନ୍ଦୋଳନରେ ଆଜି ଅନ୍ୟ ଜଣେ କୃଷକଙ୍କର ମୃତ୍ୟୁ ହୋଇଯାଇଛି। ଏଥିସହ ମୋଟ୍ ୪ ଜଣ କୃଷକଙ୍କର ମୃତ୍ୟୁ ହେଲାଣି ବୋଲି ଚାଷୀ ନେତା ସରୱନ ସିଂହ ପାଣ୍ଢେର କହିଛନ୍ତି। ମୃତ୍ୟୁ ହୋଇଥିବା ଚାଷୀଙ୍କ ବୟସ ୬୨। ସେ ଭଟିଣ୍ଡା ଜିଲ୍ଲା ଅମରଗଡ଼ ଗ୍ରାମ ବାସିନ୍ଦା। ତାଙ୍କ ନାଁ ଦର୍ଶନ ସିଂହ। ଫେବ୍ରୁଆରି ୧୩ରୁ ସେ ଖନୌରୀ ସୀମାରେ ରହୁଥିଲେ। ପଂଜାବ କିଷାନ ମଜଦୁର ସଂଘର୍ଷ କମିଟି ସାଧାରଣ ସମ୍ପାଦକ ସରୱନ ସିଂହ ପାଣ୍ଢେର କହିଛନ୍ତି, ଦର୍ଶନ ସିଂହଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଏହା ପୂର୍ବରୁ ଅନ୍ୟ ୩ ଜଣ ଚାଷୀ ନେତାଙ୍କର ମୃତ୍ୟୁ ହୋଇଥିଲା। ଗତ ବୁଧବାର ଦିନ ଶୁଭକରନ ସିଂହଙ୍କର ମୃତ୍ୟୁ ହୋଇଥିଲା। ଆନ୍ଦୋଳନ ସମୟରେ ତାଙ୍କ ବେକରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶୁଭକରନଙ୍କ ମୃତ୍ୟୁ ପରେ କୃଷକମାନେ କଳା ଦିବସ ପାଳନ କରିଥିଲେ।

Tags: