ଅନ୍ଲାଇନ୍ ଡେଟିଂ ଠକେଇରେ ୨୮ ଲକ୍ଷ ଟଙ୍କା ହରାଇଲେ ଇଂଜିନିୟର
ବିଶାଖାପାଟଣା: ବିଶାଖାପାଟଣାର ଜଣେ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଏକ ଅନଲାଇନ୍ ଡେଟିଂ ଠକେଇର ଶିକାର ହୋଇ ୨୮ ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି। ଅବିବାହିତ ମେକାନିକାଲ ଇଂଜିନିୟରଙ୍କୁ ସାଇବର ଠକମାନେ ଟାର୍ଗେଟ କରି ଡେଟିଂ ୱେବ୍ସାଇଟ୍ ଓ ଆପ୍ରେ ନକଲି ପ୍ରୋଫାଇଲ୍ ତିଆରି କରି ରୋମାଣ୍ଟିକ୍ ସମ୍ପର୍କ ବିକଶିତ କରିଥିଲେ। ତେଲେଙ୍ଗାନାରୁ କାମ କରୁଥିବା ଠକମାନେ ପୀଡ଼ିତଙ୍କୁ ବିଭିନ୍ନ ବାହାନାରେ ମୋଟା ଅଙ୍କର ଟଙ୍କା ଟ୍ରାନ୍ସଫର କରିବାକୁ ବୁଝାଇଥିଲେ। ଏହି ଗ୍ୟାଙ୍ଗର ଜଣେ ସଦସ୍ୟ କୋମ୍ମାଗୋନି ଲୋକେଶଙ୍କୁ ପୋଲିସ […]
ବିଶାଖାପାଟଣା: ବିଶାଖାପାଟଣାର ଜଣେ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଏକ ଅନଲାଇନ୍ ଡେଟିଂ ଠକେଇର ଶିକାର ହୋଇ ୨୮ ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି। ଅବିବାହିତ ମେକାନିକାଲ ଇଂଜିନିୟରଙ୍କୁ ସାଇବର ଠକମାନେ ଟାର୍ଗେଟ କରି ଡେଟିଂ ୱେବ୍ସାଇଟ୍ ଓ ଆପ୍ରେ ନକଲି ପ୍ରୋଫାଇଲ୍ ତିଆରି କରି ରୋମାଣ୍ଟିକ୍ ସମ୍ପର୍କ ବିକଶିତ କରିଥିଲେ। ତେଲେଙ୍ଗାନାରୁ କାମ କରୁଥିବା ଠକମାନେ ପୀଡ଼ିତଙ୍କୁ ବିଭିନ୍ନ ବାହାନାରେ ମୋଟା ଅଙ୍କର ଟଙ୍କା ଟ୍ରାନ୍ସଫର କରିବାକୁ ବୁଝାଇଥିଲେ। ଏହି ଗ୍ୟାଙ୍ଗର ଜଣେ ସଦସ୍ୟ କୋମ୍ମାଗୋନି ଲୋକେଶଙ୍କୁ ପୋଲିସ ଚିହ୍ନଟ କରିଥିବା ବେଳେ ଅନ୍ୟ ଦୁଇ ସହଯୋଗୀଙ୍କୁ ଖୋଜୁଛି। ଏହି ଡେଟିଂ ସ୍କାମରେ ସାଇବର ଠକମାନେ ଡେଟିଂ ୱେବ୍ସାଇଟ୍ କିମ୍ବା ଆପ୍ରେ ସୁନ୍ଦରୀ ମହିଳାଙ୍କ ଫଟୋକୁ ନେଇ ନକଲି ପ୍ରୋଫାଇଲ୍ ତିଆରି କରି ପ୍ରେମପାଗଳ ଯୁବକଙ୍କୁ ଫସାଇ ଦିଅନ୍ତି ବୋଲି କହିଛନ୍ତି ସାଇବର କ୍ରାଇମ୍ ଥାନା ଇନ୍ସପେକ୍ଟର କେ ଭବାନୀ ପ୍ରସାଦ। ଠକମାନେ ଟଙ୍କା ଆଦାୟ କରିବା ସହ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଓ ସମ୍ପର୍କ ସମୟର ଫଟୋ ସାର୍ବଜନୀନ କରିବାକୁ ଧମକ ଦେଇ ପୀଡ଼ିତଙ୍କୁ ବ୍ଲାକମେଲ୍ ମଧ୍ୟ କରିଥାନ୍ତି।




