ଅନ୍ନପୂର୍ଣ୍ଣା ଦେବୀ ହେଲେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ
ନୂଆଦିଲ୍ଲୀ: ଝାଡ଼ଖଣ୍ଡର ବିଜେପି ସାଂସଦ ଅନ୍ନପୂର୍ଣ୍ଣା ଦେବୀଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ମିଳିଛି। ଝାଡ଼ଖଣ୍ଡର କୋଡ଼େର୍ମା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଅନ୍ନପୂର୍ଣ୍ଣା ଦେବୀ ୨୦୨୧ରୁ ମୋଦୀ ସରକାରରେ କେନ୍ଦ୍ର ଶିକ୍ଷା ବିଭାଗ ରାଷ୍ଟ୍ର ମନ୍ତ୍ରୀ ଥିଲେ। ୨ ଥର ସାଂସଦ ହୋଇଥିବା ଅନ୍ନପୂର୍ଣ୍ଣା ଦେବୀ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ସିପିଆଇ(ଏମଏଲ) ଲିବରେସନ ପ୍ରାର୍ଥୀଙ୍କୁ ୨.୭୭ ଲକ୍ଷ ଭୋଟ୍ ବ୍ୟବଧାନରେ ହରାଇଛନ୍ତି। ୧୯୯୮ରେ ଅନ୍ନପୂର୍ଣ୍ଣା ଦେବୀଙ୍କ ସ୍ବାମୀ […]
ନୂଆଦିଲ୍ଲୀ: ଝାଡ଼ଖଣ୍ଡର ବିଜେପି ସାଂସଦ ଅନ୍ନପୂର୍ଣ୍ଣା ଦେବୀଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ମିଳିଛି। ଝାଡ଼ଖଣ୍ଡର କୋଡ଼େର୍ମା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଅନ୍ନପୂର୍ଣ୍ଣା ଦେବୀ ୨୦୨୧ରୁ ମୋଦୀ ସରକାରରେ କେନ୍ଦ୍ର ଶିକ୍ଷା ବିଭାଗ ରାଷ୍ଟ୍ର ମନ୍ତ୍ରୀ ଥିଲେ। ୨ ଥର ସାଂସଦ ହୋଇଥିବା ଅନ୍ନପୂର୍ଣ୍ଣା ଦେବୀ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ସିପିଆଇ(ଏମଏଲ) ଲିବରେସନ ପ୍ରାର୍ଥୀଙ୍କୁ ୨.୭୭ ଲକ୍ଷ ଭୋଟ୍ ବ୍ୟବଧାନରେ ହରାଇଛନ୍ତି। ୧୯୯୮ରେ ଅନ୍ନପୂର୍ଣ୍ଣା ଦେବୀଙ୍କ ସ୍ବାମୀ ରମେଶ ଯାଦବଙ୍କ ମୃତ୍ୟୁ ହେବାପରେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ଝାଡ଼ଖଣ୍ଡର ଦୁମକାରେ ଏକ ବଙ୍ଗଳା ପରିବାରରେ ଜନ୍ମ ହୋଇଥିବା ଅନ୍ନପୂର୍ଣ୍ଣା ଦେବୀ ରାଞ୍ଚି ୟୁନିଭର୍ସିଟିରେ ମାଷ୍ଟର୍ସ ଡିଗ୍ରି କରିଥିଲେ। ଅବିଭାଜିତ ବିହାରର ଆରଜେଡି ସରକାରରେ ସେ ଖଣି ଏବଂ ଭୂତତ୍ତ୍ବ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଥିଲେ। ୨୦୦୫ରୁ ୨୦୧୪ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡ ବିଧାନସଭାରେ ୨ଟି କାର୍ଯ୍ୟକାଳରେ ରହିଛନ୍ତି। ୨୦୧୨ରେ ଦେବୀ ଝାଡ଼ଖଣ୍ଡରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ତେବେ ତାଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ବିଜୟ ହୋଇଥିଲା ୨୦୧୯ରେ ଯେତେବେଳେ ସେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ବାବୁଲାଲ୍ ମାରାଣ୍ଡିଙ୍କୁ ହରାଇଥିଲେ।




