ଅନ୍ତିମ ପର୍ଯ୍ୟାୟରେ ଉତ୍ତରକାଶୀ ଉଦ୍ଧାର ଅପରେସନ୍, ଦୀର୍ଘ ୧୭ ଦିନ ପରେ ଉଦ୍ଧାର ହେବେ ଫସିଥିବା ଶ୍ରମିକ
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ସିଲ୍କୟାରା ସୁଡ଼ଙ୍ଗରେ ଦୀର୍ଘ ଦିନ ଧରି ଫସିଥିବା ଶ୍ରମିକମାନେ ଶେଷରେ ଉଦ୍ଧାର ହେବେ। ଉଦ୍ଧାର ଅପରେସନ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମାନୁଆଲ ଡ୍ରିଲିଂ ଦ୍ବାରା ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ତେବେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ସାରା ରାତି ଲାଗିଯାଇପାରେ। ତେବେ ସେମାନଙ୍କ ପାଇଁ ମେଡିକାଲ ସହାୟତା ପ୍ରସ୍ତୁତ ରହିଛି ବୋଲି ଜଣେ ଏନ୍ଡିଏମ୍ଏ (ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ସଦସ୍ୟ କହିଛନ୍ତି। ଶ୍ରମିକଙ୍କ ପାଇଁ […]
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ସିଲ୍କୟାରା ସୁଡ଼ଙ୍ଗରେ ଦୀର୍ଘ ଦିନ ଧରି ଫସିଥିବା ଶ୍ରମିକମାନେ ଶେଷରେ ଉଦ୍ଧାର ହେବେ। ଉଦ୍ଧାର ଅପରେସନ୍ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମାନୁଆଲ ଡ୍ରିଲିଂ ଦ୍ବାରା ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ତେବେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିବାପାଇଁ ସାରା ରାତି ଲାଗିଯାଇପାରେ। ତେବେ ସେମାନଙ୍କ ପାଇଁ ମେଡିକାଲ ସହାୟତା ପ୍ରସ୍ତୁତ ରହିଛି ବୋଲି ଜଣେ ଏନ୍ଡିଏମ୍ଏ (ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ସଦସ୍ୟ କହିଛନ୍ତି। ଶ୍ରମିକଙ୍କ ପାଇଁ ଚିନୟାଲିସୌର ନିକଟରେ ଏକ ମେଡିକାଲ ସେଣ୍ଟର ଖୋଲାଯାଇଛି। ଏଠାରେ ବାୟୁସେନାର ଏକ ଚିନୁକ ହେଲିକପ୍ଟର ମୁତୟନ କରାଯାଇଛି। ସୁଡ଼ଙ୍ଗୂରୁ ବାହାରିବାପରେ ସେମାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ହସ୍ପିଟାଲ ନିଆଯିବ। ରୢାଟ୍ ହୋଲ୍ ମାଇନିଂ ପ୍ରକ୍ରିୟାରେ ଉଦ୍ଧାର ଅପରେସନ୍ ସମ୍ଭବ ହୋଇପାରିଛି। ରୢାଟ୍ ହୋଲ ମାଇନିଂ ୨୦୧୪ରେ ନିଷିଦ୍ଧ ହୋଇଥିଲା। କିନ୍ତୁ ଏବେ ଅତ୍ୟାଧୁନିକ ମେସିନ୍ କାମ ଦେଇନଥିବାବେଳେ ଏହି ରୢାଟ୍ ହୋଲ ମାଇନିଂ ଦ୍ବାରା ଶ୍ରମିକଙ୍କୁ ଉଦ୍ଧାର କରାଯିବ।




