ଅନ୍ତରୀଣ ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ, ପରବର୍ତ୍ତୀ ୫ ବର୍ଷ ସ୍ବର୍ଣ୍ଣିମ ମୁହୂର୍ତ୍ତ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଅନ୍ତରୀଣ ବଜେଟ ୨୦୨୪-୨୫ ଉପସ୍ଥାପନ କରିଛନ୍ତି। ଏହା ମୋଦୀ ସରକାରଙ୍କ ଦ୍ବିତୀୟ ପାଳି ତଥା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ବଜେଟ। ଅନ୍ତରୀଣ ବଜେଟ ୨୦୨୪-୨୫ ଉପସ୍ଥାପନ କରି ସୀତାରମଣ କହିଛନ୍ତି, ସରକାର ଦେଶକୁ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ କରିବା ଦିଗରେ କାମ କରୁଛନ୍ତି। ସୀତାରମଣ କହିଛନ୍ତି, ମଧ୍ୟବିତ୍ତ ପରିବାରକୁ ଟାର୍ଗେଟ୍ କରି ଖୁବଶୀଘ୍ର ଏକ ଯୋଜନା ଆରମ୍ଭ କରାଯିବ […]

Samaya Live Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଅନ୍ତରୀଣ ବଜେଟ ୨୦୨୪-୨୫ ଉପସ୍ଥାପନ କରିଛନ୍ତି। ଏହା ମୋଦୀ ସରକାରଙ୍କ ଦ୍ବିତୀୟ ପାଳି ତଥା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ବଜେଟ। ଅନ୍ତରୀଣ ବଜେଟ ୨୦୨୪-୨୫ ଉପସ୍ଥାପନ କରି ସୀତାରମଣ କହିଛନ୍ତି, ସରକାର ଦେଶକୁ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ କରିବା ଦିଗରେ କାମ କରୁଛନ୍ତି। ସୀତାରମଣ କହିଛନ୍ତି, ମଧ୍ୟବିତ୍ତ ପରିବାରକୁ ଟାର୍ଗେଟ୍ କରି ଖୁବଶୀଘ୍ର ଏକ ଯୋଜନା ଆରମ୍ଭ କରାଯିବ ଯେଉଁ ଯୋଜନା ଅଧୀନରେ ଭଡ଼ା ଘରେ, ବସ୍ତିରେ ରହୁଥିବା ଲୋକ ନିଜର ଘର ନିର୍ମାଣ କରିପାରିବେ କିମ୍ବା କିଣି ପାରିବେ। ଖୁବ୍ଶୀଘ୍ର ସେମାନଙ୍କ ପାଇଁ ଏକ ଯୋଜନା ଆସିବ ବୋଲି ସୀତାରମଣ କହିଛନ୍ତି। ସୀତାରମଣ କହିଛନ୍ତି ୪ ପ୍ରମୁଖ ଜାତି ତଥା ଗରିବ, ମହିଳା, ଯୁବଗୋଷ୍ଠୀ ଏବଂ ଅନ୍ନଦାତା (କୃଷକ)ଙ୍କ ଉପରେ ଫୋକସ କରିବାର ଆବଶ୍ୟକତା ରହିଛି। ସରକାର ଗତ ୧୦ ବର୍ଷ ମଧ୍ୟରେ ୨୫୦ ନିୟୁତ ଲୋକଙ୍କୁ ଗରିବି ମୁ୍କ୍ତ କରିଛନ୍ତି ବୋଲି ସୀତାରମଣ କହିଛନ୍ତି। ଶସ୍ୟ ବିମା ଯୋଜନା ୪୦ ନିୟୁତ ଚାଷୀଙ୍କୁ ଉପକୃତ କରିବ। ସୀତାରମଣ କହିଛନ୍ତି, ପରବର୍ତ୍ତୀ ୫ ବର୍ଷ ଦେଶରେ ଅପ୍ରତ୍ୟାଶିତ ଅର୍ଥନୈତିକ ବିକାଶ ଦେଖିବାକୁ ମିଳିବ। ପ୍ରମୁଖ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତର ଅର୍ଥନୀତି ଅତି ଦ୍ରୁତ ବେଗରେ ପରିବର୍ତ୍ତନ ହେଉଛି। ସୀତାରମଣ କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାପାଇଁ ପରବର୍ତ୍ତୀ ୫ ବର୍ଷରେ ଅପ୍ରତ୍ୟାଶିତ ବିକାଶ ଆଣିବାକୁ ପଡ଼ିବ। ସରକାର ମଧ୍ୟବିତ୍ତ ଶ୍ରେଣୀରେ ଆବଶ୍ୟକ ଥିବାନ ଲୋକଙ୍କୁ ସେମାନଙ୍କ ଘର ଗଢ଼ିବାରେ ସହଯୋଗ କରିବେ ବୋଲି ସୀତାରମଣ କହିଛନ୍ତି। ସୀତାରମଣ କହିଛନ୍ତି, ସ୍ବୟଂ ସହାୟକ ଗୋଷ୍ଠୀର ସଫଳତା ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦିରେ ପରିଣତ କରିଛି।

Tags: