ଅନ୍ତରୀଣ ବଜେଟ୍‌‌ ୨୦୨୪ ଉପସ୍ଥାପନ, ମଧ୍ୟବିତ୍ତଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ

ନୂଆଦିଲ୍ଲୀ : ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି I ଗୁରୁବାର ପୂର୍ବାହ୍ନ ୧୧ଟାରେ ୨୦୨୪ ଆର୍ଥିକ ବଜେଟ୍‌‌ ଉପସ୍ଥାପନ ହୋଇଯାଇଛି । ଅନ୍ୟାନ୍ୟ କ୍ଷେତ୍ର ପରି ଆବାସିକ କ୍ଷେତ୍ର ଉପରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ବଜେଟ୍‌‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ମଧ୍ୟବିତ୍ତ ଲୋକଙ୍କୁ ସୁଲଭ ଘର ଯୋଗାଇବା ପାଇଁ ଏକ ନୂତନ ଯୋଜନା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ବାସଗୃହ। […]

Samaya Live Picture
Published On

ନୂଆଦିଲ୍ଲୀ : ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି I ଗୁରୁବାର ପୂର୍ବାହ୍ନ ୧୧ଟାରେ ୨୦୨୪ ଆର୍ଥିକ ବଜେଟ୍‌‌ ଉପସ୍ଥାପନ ହୋଇଯାଇଛି । ଅନ୍ୟାନ୍ୟ କ୍ଷେତ୍ର ପରି ଆବାସିକ କ୍ଷେତ୍ର ଉପରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ବଜେଟ୍‌‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ମଧ୍ୟବିତ୍ତ ଲୋକଙ୍କୁ ସୁଲଭ ଘର ଯୋଗାଇବା ପାଇଁ ଏକ ନୂତନ ଯୋଜନା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ବାସଗୃହ। ଆଗାମୀ ୫ ବର୍ଷରେ ୨ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୭୦ ପ୍ରତିଶତ ଘର ମହିଳାଙ୍କ ନାମରେ କରାଯାଇଛି Iପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜୁନ୍‌‌ ୨୦୧୫ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାର ବର୍ତ୍ତମାନର ସମୟସୀମା ଡିସେମ୍ବର ୨୦୨୪କୁ ପାଞ୍ଚ ବର୍ଷ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଯୋଜନା ଅଧୀନରେ ୩ କୋଟି ଘର ଦିଆଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ୨ କୋଟି ନୂତନ ଗୃହ ନିର୍ମାଣ କରାଯିବ। ମଧ୍ୟବିତ୍ତ ଲୋକଙ୍କୁ ଗୃହ ଯୋଗାଇବା ପାଇଁ କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିବେ ବୋଲି ଅର୍ଥମନ୍ତ୍ରୀ ବଜେଟ୍‌‌ ଉପସ୍ଥାପନରେ କହିଛନ୍ତି।

Tags: