ଅନୁରା ଦିସାନାୟକେ ଶ୍ରୀଲଙ୍ଗାର ନୂତନ ରାଷ୍ଟ୍ରପତି

କଲମ୍ବୋ: ମାର୍କସବାଦୀ ନେତା ଅନୁରା କୁମାର ଦିସାନାୟକେ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୫ ବର୍ଷୀୟ ଦିସାନାୟକେ ୪୨.୩୧ ପ୍ରତିଶତ ଭୋଟ ପାଇଛନ୍ତି। ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା ୩୨.୭୬ ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିବାବେଳେ ବିଦାୟୀ ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂଘେ ୧୭.୨୭ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ଦିସାନାୟକେ ସୋମବାର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଶନିବାର ଦେଶରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ଶ୍ରୀଲଙ୍କାର […]

Samaya Live Picture
Published On

କଲମ୍ବୋ: ମାର୍କସବାଦୀ ନେତା ଅନୁରା କୁମାର ଦିସାନାୟକେ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୫ ବର୍ଷୀୟ ଦିସାନାୟକେ ୪୨.୩୧ ପ୍ରତିଶତ ଭୋଟ ପାଇଛନ୍ତି। ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା ୩୨.୭୬ ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିବାବେଳେ ବିଦାୟୀ ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂଘେ ୧୭.୨୭ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ଦିସାନାୟକେ ସୋମବାର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଶନିବାର ଦେଶରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ଶ୍ରୀଲଙ୍କାର ୧୦ମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ସାମାଜିକ ଗଣମାଧ୍ୟମରେ ଦିସାନାୟକେ ତାଙ୍କର ଏହି ବିଜୟ ପରିବର୍ତ୍ତନ ନିମନ୍ତେ ଉଦ୍ଦିଷ୍ଟ ବୋଲି ମତ ଦେଇଛନ୍ତି। ଦୁର୍ନୀତି ବିରୋଧରେ ଲଢ଼ିବା ଓ ଦେଶର ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ତାଙ୍କୁ ଲୋକେ ଦାୟିତ୍ବ ଦେଇଛନ୍ତି। ସୂଚନାଯୋଗ୍ୟ, ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଦୁଇଥର ଭୋଟଗଣତି ହୋଇଥିଲା। କାରଣ, ଦେଶର ନିୟମାନୁସାରେ, ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀ ହିଁ ରାଷ୍ଟ୍ରପତି ହେବେ। କିନ୍ତୁ କୌଣସି ପ୍ରାର୍ଥୀ ଏହି ସଂଖ୍ୟା ହାସଲ କରିପାରି ନଥିଲେ।

Tags: