ଅନନ୍ତନାଗ ଏନକାଉଣ୍ଟର, ଆଖି ବୁଜିଲେ ଆଉ ଜଣେ ଯବାନ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଗତ ଶୁକ୍ରବାର ହୋଇଥିବା ଏନକାଉଣ୍ଟରରେ ଆହତ ହୋଇଥିବା ଅନ୍ୟ ଜଣେ ଯବାନ ଆଖି ବୁଜି ଦେଇଛନ୍ତି। ଏଥିସହ ଏନକାଉଣ୍ଟରରେ ସହିଦ ଯବାନଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ପୂର୍ବରୁ ଜଣେ ମେଜର, ଜଣେ କର୍ନେଲ୍‌ ଏବଂ ଜଣେ ଜମ୍ମୁ କାଶ୍ମୀର ପୁଲିସ ଡିଏସ୍‌ପି ଗୁଳିମାଡ଼ରେ ସହିଦ ହୋଇଯାଇଥିଲେ। କର୍ନେଲ ମନପ୍ରିତ ସିଂହ, ମେଜର ଆଶିଷ ଏବଂ ଡିଏସ୍‌ପି ହୁମାୟୁନ ଭଟଙ୍କ ସମେତ ମୋଟ୍‌ ୪ ଜଣ ଅଫିସର ଏନକାଉଣ୍ଟରରେ […]

Samaya Live Picture
Published On

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଗତ ଶୁକ୍ରବାର ହୋଇଥିବା ଏନକାଉଣ୍ଟରରେ ଆହତ ହୋଇଥିବା ଅନ୍ୟ ଜଣେ ଯବାନ ଆଖି ବୁଜି ଦେଇଛନ୍ତି। ଏଥିସହ ଏନକାଉଣ୍ଟରରେ ସହିଦ ଯବାନଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ପୂର୍ବରୁ ଜଣେ ମେଜର, ଜଣେ କର୍ନେଲ୍‌ ଏବଂ ଜଣେ ଜମ୍ମୁ କାଶ୍ମୀର ପୁଲିସ ଡିଏସ୍‌ପି ଗୁଳିମାଡ଼ରେ ସହିଦ ହୋଇଯାଇଥିଲେ। କର୍ନେଲ ମନପ୍ରିତ ସିଂହ, ମେଜର ଆଶିଷ ଏବଂ ଡିଏସ୍‌ପି ହୁମାୟୁନ ଭଟଙ୍କ ସମେତ ମୋଟ୍‌ ୪ ଜଣ ଅଫିସର ଏନକାଉଣ୍ଟରରେ ସହିଦ ହୋଇଛନ୍ତି। ଚତୁର୍ଥ ଯବାନଙ୍କ ପରିଚୟ ଏଯାବତ ଜଣାପଡ଼ିନି। କର୍ନେଲ ମନପ୍ରିତ ସିଂହ ଏବଂ ମେଜର ଆଶିଷ ଢୋନଚାକଙ୍କ ମର ଶରୀରକୁ ପାନିପତ ସ୍ଥିତ ସେମାନଙ୍କ ଗାଁକୁ ନିଆଯାଇ ସେମାନଙ୍କୁ ଶେଷ ସମ୍ମାନ ଜ୍ଞାପନ କରାଯାଇଛି। ସେହିପରି ଡିଏସ୍‌ପି ହୁମା‌ୟୁନ ଭଟଙ୍କର ବଡ଼ଗାମରେ ଶେଷ ସଂସ୍କାର ସମ୍ପନ୍ନ କରାଯାଇଛି।

Tags: