ଅଧାରୁ ବନ୍ଦ ହୋ‌ଇଗଲା ଟ୍ରମ୍ପ-ଜେଲେନସ୍କିଙ୍କ ବୈଠକ

ୱାସିଂଟନ: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଗତକାଲି ରାତିରେ ହ୍ବାଇଟ୍‌ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ‌ଙ୍କୁ ଭେଟିଛନ୍ତି। ଗଣମାଧ୍ୟମ ଉପସ୍ଥିତିରେ ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ଚାଲିଥିଲା। ତେବେ ଏହି ବୈଠକ ଅଚାନକ୍‌ ଶେଷ ହୋଇଗଲା। କ‌ାରଣ ହଠାତ୍‌ ଟ୍ରମ୍ପ୍‌ ଏବଂ ଜେଲେନସ୍କିଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଥିବା ବେଳେ ଟ୍ରମ୍ପ ଯୁଦ୍ଧ ଲମ୍ବା ସମୟ ଧରି ଚାଲିବା ପାଇଁ ଜେଲେନସ୍କିଙ୍କୁ ଦାୟୀ କରିଥିଲେ। ଏହା ସହିତ ତୃତୀୟ […]

Samaya Live Picture
Published On

ୱାସିଂଟନ: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଗତକାଲି ରାତିରେ ହ୍ବାଇଟ୍‌ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ‌ଙ୍କୁ ଭେଟିଛନ୍ତି। ଗଣମାଧ୍ୟମ ଉପସ୍ଥିତିରେ ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ଚାଲିଥିଲା। ତେବେ ଏହି ବୈଠକ ଅଚାନକ୍‌ ଶେଷ ହୋଇଗଲା। କ‌ାରଣ ହଠାତ୍‌ ଟ୍ରମ୍ପ୍‌ ଏବଂ ଜେଲେନସ୍କିଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଥିବା ବେଳେ ଟ୍ରମ୍ପ ଯୁଦ୍ଧ ଲମ୍ବା ସମୟ ଧରି ଚାଲିବା ପାଇଁ ଜେଲେନସ୍କିଙ୍କୁ ଦାୟୀ କରିଥିଲେ। ଏହା ସହିତ ତୃତୀୟ ବିଶ୍ବଯୁଦ୍ଧକୁ ୟୁକ୍ରେନ ଉସୁକାଉଛି ବୋଲି କହିଥିଲେ। ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଅନ୍ୟ ସଚିବମାନଙ୍କ ଉପସ୍ଥିତିରେ ଟ୍ରମ୍ପ ୟୁକ୍ରେନକୁ ଘେରିଥିଲେ ଏବଂ ଯୁଦ୍ଧର ସାଂପ୍ରତିକ ସ୍ଥିତି ପାଇଁ ୟୁକ୍ରେନର ବିଭିନ୍ନ ପଦକ୍ଷେପ ଦାୟୀ କରିଥିଲେ। ଜେଲେନସ୍କି ଟ୍ରମ୍ପଙ୍କ ଯୁକ୍ତିକୁ ଖଣ୍ଡନ କରି ୟୁ‌କ୍ରେନ ନିଜ ଅଂଚଳର ସୁରକ୍ଷା ପାଇଁ କୌଣସି ସାଲିସ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଜେଲେନସ୍କି ଆମେରିକାଠାରୁ ଏକ ସୁରକ୍ଷା ପ୍ରତିଶ୍ରୁତି ଚାହିଥିଲେ। ତେବେ ଟ୍ରମ୍ପ ଜେଲେନସ୍କିଙ୍କୁ ଅଧିକ ସୁରକ୍ଷା ପାଇଁ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ନାଟୋ ଏବଂ ଅନ୍ୟ ୟୁରୋପୀୟ ରାଷ୍ଟ୍ରମାନେ ଏ ଦିଗରେ ଅଧିକ ପଦକ୍ଷେପ ନେବା ଉପରେ ଟ୍ରମ୍ପ ଗୁରୁତ୍ବାରୋପ କରିଛନ୍ତି। ରୁଷ୍‌ ସହ ଯୁଦ୍ଧକୁ ନେଇ ଜେଲେନସ୍କି କହିଛନ୍ତି ଯେ ରୁଷ୍‌ ଆମର ଅଂଚଳ ଅକ୍ତିଆର କରିଛି ଏବଂ ଏହା ଫେରି ନପାଇବା ପର୍ଯ୍ୟନ୍ତ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କୌଣସି ସାଲିସ କରାଯିବ ନାହିଁ। ଏ ବାବଦରେ ଟ୍ରମ୍ପ କହିଛନ୍ତି, ୟୁକ୍ରେନ ରୁଷ୍‌ଠାରୁ ଅଂଚଳ ଫେରିପାଇବା ପାଇଁ ନିଜେ ଉଦ୍ୟମ କରିବା ଆବଶ୍ୟକ। ଏଥିରେ ଆମେରିକା କୌଣସି ହସ୍ତକ୍ଷେପ କରିପାରିବ ନାହିଁ ।

Tags: