ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନକରିବା ପାଇଁ ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଭାରତର ଉତ୍ତେଜନା ବଢ଼ିଥିବା ସମୟରେ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁକ୍ରବାର ପାଇକାରୀ ଓ ଖୁଚୁରା ବ୍ୟବସାୟୀମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନକରିବା ପାଇଁ ଚେତାବନୀ ଦେଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ସାମଗ୍ରୀ ମହଜୁଦ ଥିବା ନେଇ ସେ ଆଶ୍ବସ୍ତ କରିଛନ୍ତି। ଦେଶରେ ଖାଦ୍ୟ ସାମଗ୍ରୀର ଅଭାବ ଥିବା ନେଇ ହେଉଥିବା ମିଛ ପ୍ରଚାରରେ ବିଶ୍ବାସ ନକରିବା ପାଇଁ ସେ କହିଛନ୍ତି। ଦେଶରେ ଲୋକଙ୍କ ଖାଇବା ପାଇଁ ପର୍ଯ୍ୟାପ୍ତ […]

ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନକରିବା ପାଇଁ ଚେତାବନୀ ଦେଲେ ସରକାର
Samaya Live Picture
Published On

ନୂଆଦିଲ୍ଲୀ: ପାକିସ୍ତାନ ସହିତ ଭାରତର ଉତ୍ତେଜନା ବଢ଼ିଥିବା ସମୟରେ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶୁକ୍ରବାର ପାଇକାରୀ ଓ ଖୁଚୁରା ବ୍ୟବସାୟୀମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନକରିବା ପାଇଁ ଚେତାବନୀ ଦେଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ସାମଗ୍ରୀ ମହଜୁଦ ଥିବା ନେଇ ସେ ଆଶ୍ବସ୍ତ କରିଛନ୍ତି। ଦେଶରେ ଖାଦ୍ୟ ସାମଗ୍ରୀର ଅଭାବ ଥିବା ନେଇ ହେଉଥିବା ମିଛ ପ୍ରଚାରରେ ବିଶ୍ବାସ ନକରିବା ପାଇଁ ସେ କହିଛନ୍ତି। ଦେଶରେ ଲୋକଙ୍କ ଖାଇବା ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ମହଜୁଦ ରହିଛି। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଦେଶବାସୀଙ୍କୁ ଏହି ଭରସା ଦେଇଛନ୍ତି। ଦେଶରେ ଖାଦ୍ୟ ସଂରକ୍ଷଣ ପୂର୍ଣ୍ଣ କ୍ଷମତାରେ ରହିଛି। ଚାଉଳ, ଗହମ ଓ ଅନ୍ୟାନ୍ୟ ଶସ୍ୟ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧଭଳି ସ୍ଥିତି ଲାଗି ରହିଛି। ଏଭଳି ସ୍ଥିତିରେ କୃଷିମନ୍ତ୍ରୀଙ୍କ ବିବୃତିର ଗୁରୁତ୍ବ ବଢ଼ିଯାଇଛି।

Tags: