ଅତ୍ୟଧିକ କାମ ଚାପ ପାଇଁ ମହାରାଷ୍ଟ୍ର ପିଡବ୍ଲୁଡି ଇଞ୍ଜିନିୟରଙ୍କ ଇସ୍ତଫା
ମୁମ୍ବାଇ, : ମହାରାଷ୍ଟ୍ରର ଧରାଶିବ ଜିଲ୍ଲାର ଜଣେ ପିଡବ୍ଲ୍ୟୁଡି କନିଷ୍ଠ ଯନ୍ତ୍ରୀ ଆଜି ଏହି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି। ମୌଳିକ ମାନବୀୟ ମୂଲ୍ୟବୋଧ ଏବଂ ଶ୍ରମ ଆଇନର ଉଲ୍ଲଂଘନ ହୋଇଥିବା ସେ ଦାବି କରିଛନ୍ତି। ଯନ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପଦବି ଅନୁଯାୟୀ ସେ ଯେତିକି କାମ କରିବା ଉଚିତ ତା’ଠାରୁ ତାଙ୍କୁ ଅଧିକ କାମ ମିଳୁଛି। କନିଷ୍ଠ ଯନ୍ତ୍ରୀ ରୋହନ କମ୍ବଲେ ଚିଠିରେ ଦର୍ଶାଇଛନ୍ତି ଯେ ଧରାଶିବ ଏବଂ ଶିଙ୍ଗୋଲିରେ […]
ମୁମ୍ବାଇ, : ମହାରାଷ୍ଟ୍ରର ଧରାଶିବ ଜିଲ୍ଲାର ଜଣେ ପିଡବ୍ଲ୍ୟୁଡି କନିଷ୍ଠ ଯନ୍ତ୍ରୀ ଆଜି ଏହି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି। ମୌଳିକ ମାନବୀୟ ମୂଲ୍ୟବୋଧ ଏବଂ ଶ୍ରମ ଆଇନର ଉଲ୍ଲଂଘନ ହୋଇଥିବା ସେ ଦାବି କରିଛନ୍ତି। ଯନ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପଦବି ଅନୁଯାୟୀ ସେ ଯେତିକି କାମ କରିବା ଉଚିତ ତା’ଠାରୁ ତାଙ୍କୁ ଅଧିକ କାମ ମିଳୁଛି। କନିଷ୍ଠ ଯନ୍ତ୍ରୀ ରୋହନ କମ୍ବଲେ ଚିଠିରେ ଦର୍ଶାଇଛନ୍ତି ଯେ ଧରାଶିବ ଏବଂ ଶିଙ୍ଗୋଲିରେ ଥିବା ପୁଲିସ ବିଭାଗ , ସରକାରୀ ଗେଷ୍ଟହାଉସ୍ ତାଙ୍କ ଦାୟିତ୍ବ ଅଧୀନରେ ଆସୁଥିବାବେଳେ ତାଙ୍କୁ ଏମ୍ପିଏସ୍ସି ଏବଂ ୟୁପିଏସ୍ସି ପରୀକ୍ଷା ଏବଂ ସାଂସଦ ଏବଂ ବିଧାୟକମାନଙ୍କ ବୈଠକ ପରିଚାଳନା କରିବାର ଅତିରିକ୍ତ ଦାୟିତ୍ବ ଦିଆଯାଉଥିଲା। ଏଥିରେ ସେ ଅତିଷ୍ଠ ହୋଇ ଇସ୍ତଫା ଦେଇଛନ୍ତି। ଏହାଦ୍ବାରା ମାନବୀୟ ମୂଲ୍ୟବୋଧ ଏବଂ ଶ୍ରମ ଆଇନର ଉଲ୍ଲଂଘନ ହୋଇଥିବା ସେ ପିଡବ୍ଲ୍ୟୁଟିର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି।




