ଅତି ଭୀଷଣ ବାତ୍ୟାର ରୂପ ନେଲା ’ବିପର୍ଯ୍ୟୟ’, ଜୁନ୍ ୧୫ରେ ସୌରାଷ୍ଟ୍ର ଏବଂ କଚ୍ଛ ଅତିକ୍ରମ କରିବ
ଅହମଦାବାଦ : ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ବିପର୍ଯ୍ୟୟ’। ଜୁନ୍ ୧୫ ତାରିଖ ଅପରାହ୍ନ ସୁଦ୍ଧା ଏ ହା ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଏବଂ ପାକିସ୍ତାନ ଉପକୂଳ ଅତିକ୍ରମ କରିବ। ଏବେ ବାତ୍ୟା ବିପର୍ଯ୍ୟୟ ପୋରବନ୍ଦରଠାରୁ ୪୮୦ କିମି ଦୂରରେ ଅଛି। ଦକ୍ଷିଣ-ଦକ୍ଷିଣପଶ୍ଚିମ ଦ୍ବାରକାଠାରୁ ବାତ୍ୟା ୫୩୦ କିମି ଦୂରରେ ଥିବାବେଳେ କଚ୍ଛର ନଲିୟାଠାରୁ ୫୩୦ କିମି ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଅଛି। ଗୁଜରାଟ ଉପକୂଳ ଦେଇ ଅତିକଅମ କଲାବେଳେ ପବନର ବେଗ ଘଣ୍ଟା ପ୍ରତି ୧୨୫-୧୩୫ କିମି […]
ଅହମଦାବାଦ : ଅତି ଭୀଷଣ ବାତ୍ୟାର ରୂପ ନେଇଛି ‘ବିପର୍ଯ୍ୟୟ’। ଜୁନ୍ ୧୫ ତାରିଖ ଅପରାହ୍ନ ସୁଦ୍ଧା ଏ ହା ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଏବଂ ପାକିସ୍ତାନ ଉପକୂଳ ଅତିକ୍ରମ କରିବ। ଏବେ ବାତ୍ୟା ବିପର୍ଯ୍ୟୟ ପୋରବନ୍ଦରଠାରୁ ୪୮୦ କିମି ଦୂରରେ ଅଛି। ଦକ୍ଷିଣ-ଦକ୍ଷିଣପଶ୍ଚିମ ଦ୍ବାରକାଠାରୁ ବାତ୍ୟା ୫୩୦ କିମି ଦୂରରେ ଥିବାବେଳେ କଚ୍ଛର ନଲିୟାଠାରୁ ୫୩୦ କିମି ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ଅଛି। ଗୁଜରାଟ ଉପକୂଳ ଦେଇ ଅତିକଅମ କଲାବେଳେ ପବନର ବେଗ ଘଣ୍ଟା ପ୍ରତି ୧୨୫-୧୩୫ କିମି ଏବଂ ୧୫୦ କିମି ବେଗରେ ବି ପବନ ବହିବ। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାପାଇଁ ବାରଣ କରାଯାଇଛି। ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ସୌରାଷ୍ଟ୍ର ଏବଂ କଚ୍ଛରେ ସମ୍ପୂର୍ଣ୍ଣ ଭାବେ ମାଛଧରା କାମ ବନ୍ଦ କରାଯାଇଛି। ବାତ୍ୟା ପ୍ରଭାବରୁ ଗୁଜରାଟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଝଡ଼ତୋଫାନ ହେବ। ବିଶେଷ କରି ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳରେ ଝଡ଼ତୋଫାନ ହେବ।




