ଅତିକ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କଠାରୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଏବଂ ତା’ ଭାଇ ଅସରଫର ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଅତିକ ଏବଂ ତା’ ଭାଇକୁ ହତ୍ୟା କରାଯିବାପରେ ରାଜ୍ୟ ସରକାର କେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ ସେନେଇ ସରକାରଙ୍କଠାରୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ଜଷ୍ଟିସ ଏସ ରବିନ୍ଦ୍ର ଭଟ ଏବଂ ଦିପଙ୍କର ଦତ୍ତଙ୍କ ଖଣ୍ଡପୀଠ ମଧ୍ୟ ଅତିକର ପୁଅ ଅସଦକୁ ଝାନସିରେ ଏନକାଉଣ୍ଟର କରି ହତ୍ୟା କରାଯିବା […]
ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦ ଏବଂ ତା’ ଭାଇ ଅସରଫର ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଅତିକ ଏବଂ ତା’ ଭାଇକୁ ହତ୍ୟା କରାଯିବାପରେ ରାଜ୍ୟ ସରକାର କେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ ସେନେଇ ସରକାରଙ୍କଠାରୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ଜଷ୍ଟିସ ଏସ ରବିନ୍ଦ୍ର ଭଟ ଏବଂ ଦିପଙ୍କର ଦତ୍ତଙ୍କ ଖଣ୍ଡପୀଠ ମଧ୍ୟ
ଅତିକର ପୁଅ ଅସଦକୁ ଝାନସିରେ ଏନକାଉଣ୍ଟର କରି ହତ୍ୟା କରାଯିବା ଘଟଣାରେ ରିପୋର୍ଟ ମାଗିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୧୩ ତାରିଖରେ ଅତିକ ଅହମଦର ପୁଅ ଅସଦ ଅହମଦକୁ ଝାନସୀରେ ଏନକାଉଣ୍ଟର କରାଯାଇଥିଲା। ଏହାର ୨ ଦିନ ପରେ ଅତିକ ଅହମଦ ଏବଂ ଅସରଫକୁ ପ୍ରୟାଗରାଜରେ ଗୁଳି କରି ହତ୍ୟା କରାଯାଇଥିଲା। ସେମାନଙ୍କୁ ମେଡିକାଲ ଚେକଅପ୍ ପାଇଁ ହସ୍ପିଟାଲ ନିଆଯାଉଥିବାବେଳେ ୩ଜଣ ବ୍ୟକ୍ତି ସାମ୍ବାଦିକ ବେଶରେ ଆସି ସେମାନଙ୍କୁ ହତ୍ୟା କରିଥିଲେ। ତେବେ ଓକିଲ ବିଶାଲ ତିୱାରୀଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଉତ୍ତରପ୍ରଦେଶ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି।




