ଅଟୋ ଚାଳକଙ୍କ ମାଡ଼ରେ ପ୍ରାଣ ହରାଇଲେ ଗୋଆର ପୂର୍ବତନ ବିଧାୟକ

ଗୋଆ: ଗୋଆର ପୂର୍ବ ବିଧାୟକ ଲବୁ ମାମଲେଦାର ଗତକାଲି ଜଣେ ଅଟୋ ଡ୍ରାଇଭରଙ୍କଠାରୁ ମାଡ଼ ଖାଇବାର କିଛି ସମୟ ପରେ ପ୍ରାଣ ହରାଇଛନ୍ତି। ୬୮ ବର୍ଷୀୟ ମାମଲେସାର ଗୋଆର‌ ଫୋଣ୍ଡା ଅଞ୍ଚଳର। ସେ ଖଡ଼େ ବଜାରର ହୋଟେଲ୍‌ ଶ୍ରୀନିବାସରେ ରହିଥିଲେ। ତେବେ ଆଜି ସେ ହୋଟେଲ୍‌ ପରିସରରୁ ବାହାରିବା ବେଳେ ତାଙ୍କର ଜଣେ ଅଟୋ ଡ୍ରାଇଭରଙ୍କ ସହ ବଚସା ହୋଇଥିଲା। ଅଟୋ ଡ୍ରାଇଭର ଜଣଙ୍କ ଅଭିଯୋଗ କରିଛନ୍ତି ଯେ ରାଜନେତାଙ୍କ କାର୍‌ ତାଙ୍କ ଗାଡ଼ିରେ ଘସି ହୋଇଯାଇଛି। […]

ଅଟୋ ଚାଳକଙ୍କ ମାଡ଼ରେ ପ୍ରାଣ ହରାଇଲେ ଗୋଆର ପୂର୍ବତନ ବିଧାୟକ
Samaya Live Picture
Published On

ଗୋଆ: ଗୋଆର ପୂର୍ବ ବିଧାୟକ ଲବୁ ମାମଲେଦାର ଗତକାଲି ଜଣେ ଅଟୋ ଡ୍ରାଇଭରଙ୍କଠାରୁ ମାଡ଼ ଖାଇବାର କିଛି ସମୟ ପରେ ପ୍ରାଣ ହରାଇଛନ୍ତି। ୬୮ ବର୍ଷୀୟ ମାମଲେସାର ଗୋଆର‌ ଫୋଣ୍ଡା ଅଞ୍ଚଳର। ସେ ଖଡ଼େ ବଜାରର ହୋଟେଲ୍‌ ଶ୍ରୀନିବାସରେ ରହିଥିଲେ। ତେବେ ଆଜି ସେ ହୋଟେଲ୍‌ ପରିସରରୁ ବାହାରିବା ବେଳେ ତାଙ୍କର ଜଣେ ଅଟୋ ଡ୍ରାଇଭରଙ୍କ ସହ ବଚସା ହୋଇଥିଲା। ଅଟୋ ଡ୍ରାଇଭର ଜଣଙ୍କ ଅଭିଯୋଗ କରିଛନ୍ତି ଯେ ରାଜନେତାଙ୍କ କାର୍‌ ତାଙ୍କ ଗାଡ଼ିରେ ଘସି ହୋଇଯାଇଛି। ଡିପିସି ରୋହନ ଜଗଦୀଶ ଏନେଇ ସୂଚନା ଦେଇ କହିଛନ୍ତି ଯେ ମାମଲେଦାର ଏବଂ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା ଏବଂ ଏହି ସମୟରେ ଅଟୋ ଡ୍ରାଇଭର ମାମଲେଦାରଙ୍କ କାନ ମୁଣ୍ଡାକୁ ଜୋର୍‌ରେ ମାରିଥିଲେ। ମାମ୍‌ଲେଦାର ପ୍ରାଣ ବିକଳରେ ହୋଟେଲ୍‌ ଭିତରକୁ ପଶିଯିବା ବେଳେ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଉକ୍ତ ମାମଲାରେ ଅଟୋ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ଏବଂ ଅଟୋ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି।

Tags: