ଅଜିତ ପାୱାର ନେତୃତ୍ବାଧୀନ ଗୋଷ୍ଠୀ ହିଁ ବାସ୍ତବ ଏନସିପି : ନିର୍ବାଚନ କମିସନ
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ନେତୃତ୍ବାଧିନ ଏନସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ହିଁ ବାସ୍ତବ ଏନସିପି। ନିର୍ବାଚନ କମିସନ (ଇସି) ଆଜି ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବା ସହ ଅଜିତ ପାୱାର ଏବଂ ତାଙ୍କ କାକା ତଥା ଦଳର ପ୍ରତିଷ୍ଠାତା ଶରଦ ପାୱାରଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରିଛି। ଉଲ୍ଲେଖଯୋଗ୍ୟ ଯେ ଅଜିତ ପାୱାର ତାଙ୍କ କାକା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରି ବିଜେପି-ଶିବସେନା ସରକାରରେ ଯୋଗ ଦେବାପରେ ଏନସିପିରେ ଫାଟ ସୃଷ୍ଟି […]
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ନେତୃତ୍ବାଧିନ ଏନସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି) ହିଁ ବାସ୍ତବ ଏନସିପି। ନିର୍ବାଚନ କମିସନ (ଇସି) ଆଜି ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିବା ସହ ଅଜିତ ପାୱାର ଏବଂ ତାଙ୍କ କାକା ତଥା ଦଳର ପ୍ରତିଷ୍ଠାତା ଶରଦ ପାୱାରଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରିଛି। ଉଲ୍ଲେଖଯୋଗ୍ୟ ଯେ ଅଜିତ ପାୱାର ତାଙ୍କ କାକା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରି ବିଜେପି-ଶିବସେନା ସରକାରରେ ଯୋଗ ଦେବାପରେ ଏନସିପିରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ଉଭୟ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ନେତୃତ୍ବାଧୀନ ଦଳ ଦଳର ନାମ ଏବଂ ଚିହ୍ନ ପାଇଁ ନିର୍ବାଚନ କମିସନଙ୍କ ନିକଟରେ ଦାବି କରିଥିଲେ। ତେବେ ନିର୍ବାଚନ କମିସନ ଅଜିତ ପାୱାରଙ୍କ ମେଣ୍ଟ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। କମିସନ ଏନସିପିକୁ ବାସ୍ତବ ଶିବସେନା ଘୋଷଣା କରିଛନ୍ତି। ତେବେ ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ନିର୍ବାଚନ କମିସନ ଶରଦ ପାୱାରଙ୍କୁ ତାଙ୍କ ଦଳର ଏକ ନୂଆ ନାଁ ଦେବାପାଇଁ ସୁଯୋଗ ଦେଇଛନ୍ତି। ତେବେ ବୁଧବାର ୪ଟା ସୁଦ୍ଧା ଶରଦ ପାୱାର ୩ଟି ନାମ ଦେବାପାଇଁ ନିର୍ବାଚନ କମିସନ କହିଛନ୍ତି।




