ଅଜିତ ପାୱାରଙ୍କ ଶକ୍ତି ପ୍ରଦର୍ଶନ, ମଞ୍ଚ ଉପରେ ଅଜିତଙ୍କ ସହ ୧୫ ବିଧାୟକ ଉପସ୍ଥିତ

ମୁମ୍ବାଇ : ଏନ୍‌ସିପି ନେତା ଅଜିତ ପାୱାର ଆଜି ମୁମ୍ବାଇର ବାନ୍ଦ୍ରାରେ ସମର୍ଥକମାନଙ୍କ ସହ ଏକ ବୈଠକ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ମୁମ୍ବାଇ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଅଜିତ ପାୱାରଙ୍କ ସହ ୧୫ ବିଧାୟକ ଉପସ୍ଥିତ ଥିଲେ। ତେବେ ଅଜିତ ପାୱାର ନିଜ ସମର୍ଥନରେ ୪୨ ବିଧାୟକ ଥିବା ଦାବି କରିଛନ୍ତି। ଶରଦ ପାୱାରଙ୍କ ଗୋଷ୍ଠୀ ମଧ୍ୟ ଆଜି ମୁମ୍ବାଇର ନରିମାନ ପଏଣ୍ଟ୍‌ରେ ଏକ ବୈଠକ କରିଛନ୍ତି। ଅଜିତ ପାୱାରଙ୍କ ଗୋଷ୍ଠୀ ଦାବି କରିଛନ୍ତି ଯେ […]

Samaya Live Picture
Published On

ମୁମ୍ବାଇ : ଏନ୍‌ସିପି ନେତା ଅଜିତ ପାୱାର ଆଜି ମୁମ୍ବାଇର ବାନ୍ଦ୍ରାରେ ସମର୍ଥକମାନଙ୍କ ସହ ଏକ ବୈଠକ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ମୁମ୍ବାଇ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ଅଜିତ ପାୱାରଙ୍କ ସହ ୧୫ ବିଧାୟକ ଉପସ୍ଥିତ ଥିଲେ। ତେବେ ଅଜିତ ପାୱାର ନିଜ ସମର୍ଥନରେ ୪୨ ବିଧାୟକ ଥିବା ଦାବି କରିଛନ୍ତି। ଶରଦ ପାୱାରଙ୍କ ଗୋଷ୍ଠୀ ମଧ୍ୟ ଆଜି ମୁମ୍ବାଇର ନରିମାନ ପଏଣ୍ଟ୍‌ରେ ଏକ ବୈଠକ କରିଛନ୍ତି। ଅଜିତ ପାୱାରଙ୍କ ଗୋଷ୍ଠୀ ଦାବି କରିଛନ୍ତି ଯେ ସେମାନଙ୍କ ପାଖରେ ୪୨ ବିଧାୟକ ଏବଂ ୩ ଏମଏଲ୍‌ସିଙ୍କ ସ୍ବାକ୍ଷର ରହିଛି। ମୁମ୍ବାଇର ବିଭିନ୍ନ ସ୍ଥାନରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କୁ ସମର୍ଥନ କରି ଭିନ୍ନ ଭିନ୍ନ ପୋଷ୍ଟର ଲାଗିଛି। ଅଜିତ ପାୱାରଙ୍କ ଗୋଷ୍ଠୀ ଖୁବ୍‌ଶୀଘ୍ର ଦଳର ନାମ ଏବଂ ଚିହ୍ନ ଦାବି କରିବେ। ଉଲ୍ଲେଖଯୋଗ୍ୟ ଯେ ଗତ ରବିବାର ଦିନ ଅଜିତ ପାୱାର ନିଜ କାକା ଶରଦ ପାୱାରଙ୍କୁ ଶକ୍ତ ଧକ୍କା ଦେଇ ମହାରାଷ୍ଟ୍ରରେ ସିନ୍ଦେ- ବିଜେପି ସରକାରରେ ସାମିଲ ହୋଇଥିଲେ। ଅଜିତ ପାୱାରଙ୍କ ସମେତ ମୋଟ୍‌ ୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶରଦ ପାୱାର ଅନ୍ୟପକ୍ଷେ କହିଛନ୍ତି, ସେ ଦଳକୁ ପୁଣିଥରେ ନୂଆ କରି ଗଢ଼ିବେ।

Tags: