ଅଜିତ ପାୱାରଙ୍କ ଏନ୍ସିପିକୁ ମିଳିଲା ଅର୍ଥ ଏବଂ ଅନ୍ୟ ୬ ଗୁରୁତ୍ବପୂର୍ଣ୍ଣ ବିଭାଗ
ମୁମ୍ବାଇ : ମହାରାଷ୍ଟ୍ରରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ନିକଟରେ ସିନ୍ଦେ ସରକାରରେ ଯୋଗ ଦେଇଥିବା ଏନ୍ସିପି ନେତା ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀକୁ ଅର୍ଥ ଏବଂ ଅନ୍ୟ ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି। ଅଜିତ ପାୱାରଙ୍କ ଏନ୍ସିପିକୁ ଅର୍ଥ, ଯୋଗାଣ, ସମବାୟ, ମହିଳା ଏବଂ ଶିଶୁ ବିକାଶ, କୃଷି, ରିଲିଫ୍ ଏବଂ ଥଇଥାନ ଏବଂ ମେଡିକାଲ ଶିକ୍ଷା ବିଭାଗ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି। ବିଭାଗ ବଣ୍ଟନ ତାଲିକା ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି […]
ମୁମ୍ବାଇ : ମହାରାଷ୍ଟ୍ରରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ନିକଟରେ ସିନ୍ଦେ ସରକାରରେ ଯୋଗ ଦେଇଥିବା ଏନ୍ସିପି ନେତା ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀକୁ ଅର୍ଥ ଏବଂ ଅନ୍ୟ ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି। ଅଜିତ ପାୱାରଙ୍କ ଏନ୍ସିପିକୁ ଅର୍ଥ, ଯୋଗାଣ, ସମବାୟ, ମହିଳା ଏବଂ ଶିଶୁ ବିକାଶ, କୃଷି, ରିଲିଫ୍ ଏବଂ ଥଇଥାନ ଏବଂ ମେଡିକାଲ ଶିକ୍ଷା ବିଭାଗ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି। ବିଭାଗ ବଣ୍ଟନ ତାଲିକା ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୨ ରେ ଅଜିତ ପାୱାର ଏବଂ ଅନ୍ୟ ୮ ଏନ୍ସିପି ବିଧାୟକ ସିନ୍ଦେ ସରକାରରେ ଯୋଗ ଦେଇଥିଲେ। ତେବେ ଅଜିତ ପାୱାରଙ୍କ ଗୋଷ୍ଠୀକୁ ଆଜି ଗୁରୁତ୍ବପୂର୍ଣ୍ଣ ବିଭାଗ ସବୁ ମିଳିବାପରେ ମହାରାଷ୍ଟ୍ର ମେଣ୍ଟ ସରକାରରେ ଅସନ୍ତୋଷ ଦେଖାଦେଇପାରେ। ମହାରାଷ୍ଟ୍ର କ୍ୟାବିନେଟ୍ରେ ଏବେ ବିଜେପିରୁ ୯ ଜଣ ମନ୍ତ୍ରୀ ଥିବାବେଳେ ଏକନାଥ ସିନ୍ଦେ-ଶିବସେନା ଗୋଷ୍ଠୀରୁ ୯ ଏବଂ ଏନ୍ସିପିରୁ ୯ ଜଣ ମନ୍ତ୍ରୀ ଅଛନ୍ତି।




