ଅଜିତ ପାୱାରଙ୍କ ଏନସିପିକୁ କ୍ୟାବିନେଟ୍ ପଦ ମିଳିଲା ନାହିଁ
ନୂଆଦିଲ୍ଲୀ: ମୋଦୀ ୩.୦ରେ ଏନସିପିକୁ କ୍ୟାବିନେଟ ମନ୍ତ୍ରୀ ପଦ ନ ମିଳିବା ଦ୍ବାରା ଦଳରେ ଅସନ୍ତୋଷ ସୃଷ୍ଟି ହୋଇଛି। ଦଳ କ୍ୟାବିନେଟ ପାହ୍ୟା ପାଇଁ ଜିଦ୍ ଧରିଥିଲେ ମଧ୍ୟ କେବଳ ଗୋଟିଏ ଆସନ ଜିତିଥିବାରୁ ଏହାକୁ କ୍ୟାବିନେଟ୍ ପଦ ଦିଆଯାଇନାହିଁ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ରବିବାର କହିଛନ୍ତି ଯେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍ସିପି ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୪ଟି ଆସନରୁ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବାରୁ ରାଷ୍ଟ୍ରମନ୍ତ୍ରୀ ପଦ ପ୍ରଦାନ […]
ନୂଆଦିଲ୍ଲୀ: ମୋଦୀ ୩.୦ରେ ଏନସିପିକୁ କ୍ୟାବିନେଟ ମନ୍ତ୍ରୀ ପଦ ନ ମିଳିବା ଦ୍ବାରା ଦଳରେ ଅସନ୍ତୋଷ ସୃଷ୍ଟି ହୋଇଛି। ଦଳ କ୍ୟାବିନେଟ ପାହ୍ୟା ପାଇଁ ଜିଦ୍ ଧରିଥିଲେ ମଧ୍ୟ କେବଳ ଗୋଟିଏ ଆସନ ଜିତିଥିବାରୁ ଏହାକୁ କ୍ୟାବିନେଟ୍ ପଦ ଦିଆଯାଇନାହିଁ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ରବିବାର କହିଛନ୍ତି ଯେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍ସିପି ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୪ଟି ଆସନରୁ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବାରୁ ରାଷ୍ଟ୍ରମନ୍ତ୍ରୀ ପଦ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କ ନାମ ମନ୍ତ୍ରୀ ପଦ ପାଇଁ ଚୂଡ଼ାନ୍ତ ହୋଇଥିଲା, ତେବେ ସେ ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ ଥିବାରୁ ସ୍ୱାଧୀନ ଭାବେ ରାଷ୍ଟ୍ରମନ୍ତ୍ରୀ ପଦରେ ରହିପାରିବେ ନାହିଁ ବୋଲି ଫଡନାଭିସ ଗଣମାଧ୍ୟମକୁ କହିଛନ୍ତି।




