ଅଜିତ ଡୋଭାଲଙ୍କ ରୁଷ୍‌ ଗସ୍ତ

ନୂଆଦିଲ୍ଲୀ: ରୁଷ୍‌ଠାରୁ ତେଲ କିଣିବା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ‌ଘେରିବା ସମୟରେ ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଆଜି ମସ୍କୋରେ ପହଞ୍ଚିଛନ୍ତି। ଆଗାମୀ ଦିନରେ ସେ ରୁଷ୍‌ ନେତାମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ବୋଲି ଜଣାପଡ଼ିଛି। ଏପରିକି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ସେ ଭେଟିବା କାର୍ଯ୍ୟକ୍ରମ ରହିଛି। ରୁଷ୍‌ରୁ ତେଲ କିଣିବା ପ୍ରସଙ୍ଗରେ ଡୋଭାଲ ରୁଷ୍‌ ରାଷ୍ଟ୍ରପତି ଓ ଅନ୍ୟମାନଙ୍କ ସହିତ କିଛି ବଡ଼ ଆଲୋଚନା […]

ଅଜିତ ଡୋଭାଲଙ୍କ ରୁଷ୍‌ ଗସ୍ତ
Samaya Live Picture
Published On

ନୂଆଦିଲ୍ଲୀ: ରୁଷ୍‌ଠାରୁ ତେଲ କିଣିବା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ‌ଘେରିବା ସମୟରେ ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଆଜି ମସ୍କୋରେ ପହଞ୍ଚିଛନ୍ତି। ଆଗାମୀ ଦିନରେ ସେ ରୁଷ୍‌ ନେତାମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ବୋଲି ଜଣାପଡ଼ିଛି। ଏପରିକି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ସେ ଭେଟିବା କାର୍ଯ୍ୟକ୍ରମ ରହିଛି। ରୁଷ୍‌ରୁ ତେଲ କିଣିବା ପ୍ରସଙ୍ଗରେ ଡୋଭାଲ ରୁଷ୍‌ ରାଷ୍ଟ୍ରପତି ଓ ଅନ୍ୟମାନଙ୍କ ସହିତ କିଛି ବଡ଼ ଆଲୋଚନା କରିପାରନ୍ତି। ଉଲ୍ଲେଖଯୋଗ୍ୟ, ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରରେ ଆଲୋଚନା ପାଇଁ ଡୋଭଲଙ୍କ ଗସ୍ତ ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ତାଙ୍କ ଗସ୍ତ ପୂର୍ବରୁ ମଙ୍ଗଳବାର ଟ୍ରମ୍ପ ଭାରତ ଉପରେ ୨୪ ଘଣ୍ଟା ମଧ୍ୟରେ ନୂଆ ଶୁଳ୍କ ଘୋଷଣା ନେଇ ଧମକ ଦେଇଛନ୍ତି। ଏଭଳି ସ୍ଥିତିରେ ଡୋଭାଲଙ୍କ ରୁଷ୍‌ ଗସ୍ତର ଗୁରୁତ୍ବ ବଢ଼ିଯାଇଛି। ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଚଳିତମାସ ଶେଷ ଆଡ଼କୁ ରୁଷ୍‌ ଗସ୍ତରେ ଯିବେ।

Tags: