ଅଜିତଙ୍କ ବୈଠକରେ ୨୯, ଶରଦ ପାୱାରଙ୍କ ବୈଠକରେ ୧୩ ବିଧାୟକ

ମୁମ୍ବାଇ : ମହାରାଷ୍ଟ୍ରରେ ସିନ୍ଦେ-ବିଜେପି ସରକାରରେ ସାମିଲ ହେବାର ୩ ଦିନ ପରେ ଆଜି ଅଜିତ ପାୱାର ଶକ୍ତି ପ୍ରଦର୍ଶନ କରିଛନ୍ତି। ମୁମ୍ବାଇର ବାନ୍ଦ୍ରାରେ ଅଜିତ ପାୱାରଙ୍କ ଗୋଷ୍ଠୀ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି। ଅଜିତ ପାୱାରଙ୍କ ବୈଠକରେ ଆଜି ୨୯ ବିଧାୟକ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବୈଠକରେ ୧୩ ଜଣ ବିଧାୟକ ଉପସ୍ଥିତ ଅଛନ୍ତି। ଶରଦ ପାୱାର ଆଜି ୱାଇବି ଚହ୍ବାନ କେନ୍ଦ୍ରରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଶରଦ ପାୱାରଙ୍କ […]

Samaya Live Picture
Published On

ମୁମ୍ବାଇ : ମହାରାଷ୍ଟ୍ରରେ ସିନ୍ଦେ-ବିଜେପି ସରକାରରେ ସାମିଲ ହେବାର ୩ ଦିନ ପରେ ଆଜି ଅଜିତ ପାୱାର ଶକ୍ତି ପ୍ରଦର୍ଶନ କରିଛନ୍ତି। ମୁମ୍ବାଇର ବାନ୍ଦ୍ରାରେ ଅଜିତ ପାୱାରଙ୍କ ଗୋଷ୍ଠୀ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି। ଅଜିତ ପାୱାରଙ୍କ ବୈଠକରେ ଆଜି ୨୯ ବିଧାୟକ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବୈଠକରେ ୧୩ ଜଣ ବିଧାୟକ ଉପସ୍ଥିତ ଅଛନ୍ତି। ଶରଦ ପାୱାର ଆଜି ୱାଇବି ଚହ୍ବାନ କେନ୍ଦ୍ରରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଶରଦ ପାୱାରଙ୍କ ବୈଠକରେ କମ୍‌ ବିଧାୟକ ଉପସ୍ଥିତ ରହିଛନ୍ତି। ପରବର୍ତ୍ତୀ ସ୍ଥିତି କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ଅଜିତ ପାୱାରଙ୍କ ଗୋଷ୍ଠୀ ଖୁବଶୀଘ୍ର ଏନ୍‌ସିପି ଦଳର ଚିହ୍ନ ଏବଂ ନାମ ପାଇଁ ଦାବି କରିପାରନ୍ତି। ଅଜିତ ପାୱାରଙ୍କ ବୈଠକରେ ଲାଗିଥିବା ପୋଷ୍ଟରରେ ଶରଦ ପାୱାରଙ୍କ ଫଟୋ ଲାଗିଛି। ଶରଦ ପାୱାର ତାଙ୍କ ଫଟୋ ବ୍ୟବହାର କରିବାପାଇଁ ମନା କରିବା ସତ୍ତ୍ବେ ଅଜିତ ପାୱାର ଗୋଷ୍ଠୀ ତାଙ୍କ ଫଟୋ ବ୍ୟବହାର କରିଛନ୍ତି।

Tags: