ଅଜମଲ କସାବର ପୁରୁଣା ସେଲ୍‌ରେ ରହିପାରେ ରାଣା

ମୁମ୍ବାଇ: ପାକିସ୍ତାନରେ ଜନ୍ମିତ କାନାଡା ନାଗରିକ ତହବୁର ରାଣା (୬୪)କୁ ଆର୍ଥର ରୋଡ୍ ଜେଲ୍‌ର ୧୨ ନମ୍ବର ବ୍ୟାରାକ୍‌ରେ ରଖାଯିବାର ସମ୍ଭାବନା ରହିଛି। ବ୍ୟାରାକ୍ ନମ୍ବର ୧୨ ହେଉଛି ସେହି ବୋମା-ପ୍ରୁଫ୍‌ କୋଠା ଯେଉଁଠାରେ ୨୦୧୨ ନଭେମ୍ବରରେ ଫାଶୀ ପାଇବା ପୂର୍ବରୁ ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବକୁ ରଖାଯାଇଥିଲା। ମୁମ୍ବାଇ ସେଣ୍ଟ୍ରାଲ ଜେଲ୍, ଯାହାକୁ ସାଧାରଣତଃ ଆର୍ଥର ରୋଡ୍ ଜେଲ୍ କୁହାଯାଏ, ୧୯୨୫ ମସିହାରେ ନିର୍ମିତ ହୋଇଥିଲା ଏବଂ ଏହା ତିନି ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ। […]

ଅଜମଲ କସାବର ପୁରୁଣା ସେଲ୍‌ରେ ରହିପାରେ ରାଣା
Samaya Live Picture
Published On

ମୁମ୍ବାଇ: ପାକିସ୍ତାନରେ ଜନ୍ମିତ କାନାଡା ନାଗରିକ ତହବୁର ରାଣା (୬୪)କୁ ଆର୍ଥର ରୋଡ୍ ଜେଲ୍‌ର ୧୨ ନମ୍ବର ବ୍ୟାରାକ୍‌ରେ ରଖାଯିବାର ସମ୍ଭାବନା ରହିଛି। ବ୍ୟାରାକ୍ ନମ୍ବର ୧୨ ହେଉଛି ସେହି ବୋମା-ପ୍ରୁଫ୍‌ କୋଠା ଯେଉଁଠାରେ ୨୦୧୨ ନଭେମ୍ବରରେ ଫାଶୀ ପାଇବା ପୂର୍ବରୁ ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବକୁ ରଖାଯାଇଥିଲା। ମୁମ୍ବାଇ ସେଣ୍ଟ୍ରାଲ ଜେଲ୍, ଯାହାକୁ ସାଧାରଣତଃ ଆର୍ଥର ରୋଡ୍ ଜେଲ୍ କୁହାଯାଏ, ୧୯୨୫ ମସିହାରେ ନିର୍ମିତ ହୋଇଥିଲା ଏବଂ ଏହା ତିନି ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ। ଏଠାରେ ୧୧୦୦ କଏଦୀ ରହିବାର କ୍ଷମତା ଥିବା ବେଳେ ପାଖାପାଖି ୪,୦୦୦ କଏଦୀ ରହୁଥିବାରୁ ବିଚାରାଧୀନ କଏଦୀଙ୍କ ପାଇଁ ଅତ୍ୟଧିକ ଭିଡ଼ ଓ ଅପରିଷ୍କାର ପରିବେଶ ଥିବା ଅଭିଯୋଗ ହୋଇଛି। କିନ୍ତୁ ବ୍ୟାରାକ୍ ୧୨ ଅତ୍ୟଧିକ ସୁରକ୍ଷିତ ଅଞ୍ଚଳ, ସାଧାରଣ ବ୍ୟାରାକ୍‌ଠାରୁ ଅଲଗା ଏବଂ ଏହାର ସମସ୍ତ ସେଲ୍ ପୂରଣ ହୋଇନାହିଁ। କସାବ ରହିବା ସମୟରେ ଏହି କୋଠାର ନିଜସ୍ୱ ରୋଷେଇ ଘର ମଧ୍ୟ ଥିଲା। ଜେଲ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଣାକୁ ୧୨ ନମ୍ବର ବ୍ୟାରାକ୍‌ର ତଳ ମହଲାରେ ଥିବା ତିନୋଟି ସେଲ୍ ମଧ୍ୟରୁ ଗୋଟିଏରେ ରଖାଯାଇପାରେ।

Tags: