ଅଗ୍ନି କ୍ଷେପଣାସ୍ତ୍ରର ଅନ୍ୟତମ ଜନକ ରାମ ନାରାୟଣ ଅଗ୍ରଓ୍ବାଲଙ୍କ ପରଲୋକ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି କ୍ଷେପଣାସ୍ତ୍ରର ଅନ୍ୟତମ ଜନକ ଭାବେ ପରିଚିତ ଡିଆରଡିଓ କ୍ଷେପଣାସ୍ତ୍ର ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କ ଗୁରୁବାର ହାଇଦ୍ରାବାଦସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଡିଆରଡିଓ ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲ ଭାରତକୁ ଏକ ପ୍ରମୁଖ କ୍ଷେପଣାସ୍ତ୍ର ଶକ୍ତିରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅଗ୍ରଓ୍ଵାଲ ଭାରତର ଦୀର୍ଘ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ […]

Samaya Live Picture
Published On

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି କ୍ଷେପଣାସ୍ତ୍ରର ଅନ୍ୟତମ ଜନକ ଭାବେ ପରିଚିତ ଡିଆରଡିଓ କ୍ଷେପଣାସ୍ତ୍ର ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କ ଗୁରୁବାର ହାଇଦ୍ରାବାଦସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଡିଆରଡିଓ ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲ ଭାରତକୁ ଏକ ପ୍ରମୁଖ କ୍ଷେପଣାସ୍ତ୍ର ଶକ୍ତିରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅଗ୍ରଓ୍ଵାଲ ଭାରତର ଦୀର୍ଘ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ଅଗ୍ନି କ୍ଷେପଣାସ୍ତ୍ରର ପ୍ରଥମ କାର୍ଯ୍ୟକ୍ରମ ନିର୍ଦ୍ଦେଶକ। ରାମ ନାରାୟଣ ଅଗ୍ରୱାଲ ଅଗ୍ନି ମ୍ୟାନ ନାମରେ ମଧ୍ୟ ପରିଚିତ ଥିଲେ। ରାଜସ୍ଥାନର ଜୟପୁରରେ ଏକ ବ୍ୟବସାୟୀ ପରିବାରରେ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିବା ରାମ ନାରାୟଣ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରୁ ଏରୋସ୍ପେସ ଇଂଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ୧୯୯୦ ମସିହାରେ ପଦ୍ମଶ୍ରୀ ଓ ୨୦୦୦ ମସିହାରେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା।

Tags: