ଅଗଷ୍ଟ ୮ ରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା, ଅଗଷ୍ଟ ୧୦ରେ ମୋଦୀଙ୍କ ଜବାବ
ନୂଆଦିଲ୍ଲୀ: ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ସାଂସଦଙ୍କ ଦ୍ବାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ସପ୍ତାହରେ ଆଲୋଚନା ହେବ। ଅଗଷ୍ଟ ୮ରେ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ହେବ ଏବଂ ଅଗଷ୍ଟ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆଲୋଚନା ଉପରେ ଜବାବ ରଖିବେ। ମଣିପୁର ସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗୃହରେ ଜବାବ ରଖିବେ ବୋଲି ସରକାର କହିଥିଲେ। କିନ୍ତୁ ବିରୋଧୀ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ପାଇଁ ଅଡ଼ି […]
ନୂଆଦିଲ୍ଲୀ: ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ସାଂସଦଙ୍କ ଦ୍ବାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ସପ୍ତାହରେ ଆଲୋଚନା ହେବ। ଅଗଷ୍ଟ ୮ରେ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ହେବ ଏବଂ ଅଗଷ୍ଟ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆଲୋଚନା ଉପରେ ଜବାବ ରଖିବେ। ମଣିପୁର ସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗୃହରେ ଜବାବ ରଖିବେ ବୋଲି ସରକାର କହିଥିଲେ। କିନ୍ତୁ ବିରୋଧୀ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ପାଇଁ ଅଡ଼ି ବସିଥିବାରୁ ପ୍ରଧାନମନ୍ତ୍ରୀ ହିଁ ସଂସଦରେ ଜବାବ ରଖିବେ। ଉଲ୍ଲେଖଯୋଗ୍ୟ ଯେ ଲୋକସଭାରେ ବିରୋଧୀ ଇ-ଣ୍ଡି-ଆ ମେଣ୍ଟର ସଂଖ୍ୟା ନଥିଲେ ମଧ୍ୟ ସେମାନେ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଛନ୍ତି। ସେମାନେ ଆଲୋଚନାରେ ମୋଦୀଙ୍କୁ ହରାଇବେ ବୋଲି ଦାବି କରିଛନ୍ତି। ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଏନ୍ଡିଏର ସଦସ୍ୟ ସଂଖ୍ୟା ୩୩୧ ହୋଇଥିବାବେଳେ ଇ-ଣ୍ଡିୖ-ଆ ମେଣ୍ଟର ସଦସ୍ୟ ସଂଖ୍ୟା ୧୪୪ ।




