ଅଗଷ୍ଟ ୩୧ରେ ଇଣ୍ଡିଆ ମେଣ୍ଟର ଲୋଗୋ ଉନ୍ମୋଚନ
ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୩୧ ତାରିଖରେ ବିରୋଧୀ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ବୈଠକରେ ଇଣ୍ଡିଆ ମେଣ୍ଟର ଲୋଗୋ ଉନ୍ମୋଚନ ହୋଇପାରେ। କଂଗ୍ରେସ ନେତା ଅଶୋକ ଚୌହାନ ଆଜି ଏନେଇ ସୂଚନା ଦେଇଛନ୍ତି। ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକରେ ପ୍ରାୟ ୨୬ରୁ ୨୭ଟି ରାଜନୈତିକ ଦଳ ଯୋଗ ଦେବେ। ଅଗଷ୍ଟ ୩୧ ସନ୍ଧ୍ୟାରେ ପ୍ରଥମେ ମେଣ୍ଟର ଅନୌପଚାରିକ […]
ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୩୧ ତାରିଖରେ ବିରୋଧୀ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ବୈଠକରେ ଇଣ୍ଡିଆ ମେଣ୍ଟର ଲୋଗୋ ଉନ୍ମୋଚନ ହୋଇପାରେ। କଂଗ୍ରେସ ନେତା ଅଶୋକ ଚୌହାନ ଆଜି ଏନେଇ ସୂଚନା ଦେଇଛନ୍ତି। ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକରେ ପ୍ରାୟ ୨୬ରୁ ୨୭ଟି ରାଜନୈତିକ ଦଳ ଯୋଗ ଦେବେ। ଅଗଷ୍ଟ ୩୧ ସନ୍ଧ୍ୟାରେ ପ୍ରଥମେ ମେଣ୍ଟର ଅନୌପଚାରିକ ବୈଠକ ହେବ। ଏହାପରେ ସେପ୍ଟେମ୍ବର ୧ରେ ଔପଚାରିକ ବୈଠକ ହେବ ବୋଲି ଚୌହାନ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଇଣ୍ଡିଆ ମେଣ୍ଟର ୨ଟି ବୈଠକ ହୋଇସାରିଛି। ତୃତୀୟ ବୈଠକରେ ମେଣ୍ଟର ପରବର୍ତ୍ତୀ ଏଜେଣ୍ଡା ସଂକ୍ରାନ୍ତରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଆଗକୁ ୫ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ।




