ଅଗଷ୍ଟ ୧୧ ତାରିଖରେ ହେବ ନିଟ୍‌ ପିଜି ପରୀକ୍ଷା

ନୂଆଦିଲ୍ଲୀ: ଅଗଷ୍ଟ ୧୧ ତାରିଖରେ ହେବ ନିଟ୍‌ ପିଜି ପରୀକ୍ଷା। ଏନ୍‌ବିଇଏମ୍‌ଏସ (ନେସନାଲ ବୋର୍ଡ ଅଫ୍‌ ଏକଜାମିନେସନ୍‌ସ ଇନ୍‌ ମେଡିକାଲ ସାଇନ୍ସ) ପକ୍ଷରୁ ନିଟ୍‌-ପିଜି ୨୦୨୪ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ୨ଟି ସିଫ୍ଟରେ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ତେବେ ନିଟ୍‌ ପିଜିରେ ଯୋଗ୍ୟତା ହାସଲ ପାଇଁ ଅଗଷ୍ଟ ୧୫ ତାରିଖକୁ ଶେଷ କଟ୍‌ ଅଫ୍‌ ଡେଟ୍‌ ଭାବେ ଧାର୍ଯ୍ୟ କରାଯାଇଛି। ୨ ସିଫ୍ଟ ପରୀକ୍ଷା […]

Samaya Live Picture
Published On

ନୂଆଦିଲ୍ଲୀ: ଅଗଷ୍ଟ ୧୧ ତାରିଖରେ ହେବ ନିଟ୍‌ ପିଜି ପରୀକ୍ଷା। ଏନ୍‌ବିଇଏମ୍‌ଏସ (ନେସନାଲ ବୋର୍ଡ ଅଫ୍‌ ଏକଜାମିନେସନ୍‌ସ ଇନ୍‌ ମେଡିକାଲ ସାଇନ୍ସ) ପକ୍ଷରୁ ନିଟ୍‌-ପିଜି ୨୦୨୪ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ୨ଟି ସିଫ୍ଟରେ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ତେବେ ନିଟ୍‌ ପିଜିରେ ଯୋଗ୍ୟତା ହାସଲ ପାଇଁ ଅଗଷ୍ଟ ୧୫ ତାରିଖକୁ ଶେଷ କଟ୍‌ ଅଫ୍‌ ଡେଟ୍‌ ଭାବେ ଧାର୍ଯ୍ୟ କରାଯାଇଛି। ୨ ସିଫ୍ଟ ପରୀକ୍ଷା ସଂକ୍ରାନ୍ତରେ ଏନବିଇଏମଏସ ୱେବସାଇଟ୍‌ ପରବର୍ତ୍ତୀ ସୂଚନା ପ୍ରଦାନ କରିବ। natboard.edu.in ୱେବସାଇଟ୍‌ରୁ ପରୀକ୍ଷାର୍ଥୀମାନେ ଆବଶ୍ୟକ ସୂଚନା ପାଇପାରିବେ। ଚଳିତ ବର୍ଷ ୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ନିଟ୍‌ ପିଜି ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ୍‌ ୨୩ ତାରିଖରେ ନିଟ୍‌ ପରୀକ୍ଷା ହେବାର ଥିଲା। କିନ୍ତୁ ଏହାର ଠିକ୍‌ ଦିନକ ପୂର୍ବରୁ ଜୁନ୍‌ ୨୨ ତାରିଖରେ ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। କିନ୍ତୁ ପରୀକ୍ଷା ସ୍ଥଗିତ ରଖିବା ନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇନଥିଲା।

Tags: