‘ଅଖଣ୍ଡ ଭାରତ ସ୍ବପ୍ନ ବାସ୍ତବରେ ପରିଣତ ହେବ’: ମୋହନ ଭାଗବତ
ନାଗପୁର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ବୁଧବାର ପୁଣିଥରେ ଅଖଣ୍ଡ ଭାରତ କଥା ଦୋହରାଇଛନ୍ତି। ଆଗାମୀ ଦିନରେ ଅଖଣ୍ଡ ଭାରତ ସ୍ବପ୍ନ ସାକାର ହେବ ବୋଲି ସେ କହିଛନ୍ତି। ନାଗପୁରରେ ଏକ କାର୍ଯ୍ୟକ୍ରମରେ ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଣ ଭାଗବତ ଏହି ଟିପ୍ପଣୀ ଦେଇଛନ୍ତି। ତେବେ ସେ ଅଖଣ୍ଡ ଭାରତର ସ୍ବପ୍ନ ସାକାର ହେବାକଥା କହିଥିଲେ ମଧ୍ୟ କେବେ ଏହା ହେବ କହିପାରିବେ ନାହିଁ ବୋଲି କହିଥିଲେ। ଭାଗବତ ଛାତ୍ର ଜଣଙ୍କୁ […]
ନାଗପୁର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ବୁଧବାର ପୁଣିଥରେ ଅଖଣ୍ଡ ଭାରତ କଥା ଦୋହରାଇଛନ୍ତି। ଆଗାମୀ ଦିନରେ ଅଖଣ୍ଡ ଭାରତ ସ୍ବପ୍ନ ସାକାର ହେବ ବୋଲି ସେ କହିଛନ୍ତି। ନାଗପୁରରେ ଏକ କାର୍ଯ୍ୟକ୍ରମରେ ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଣ ଭାଗବତ ଏହି ଟିପ୍ପଣୀ ଦେଇଛନ୍ତି। ତେବେ ସେ ଅଖଣ୍ଡ ଭାରତର ସ୍ବପ୍ନ ସାକାର ହେବାକଥା କହିଥିଲେ ମଧ୍ୟ କେବେ ଏହା ହେବ କହିପାରିବେ ନାହିଁ ବୋଲି କହିଥିଲେ। ଭାଗବତ ଛାତ୍ର ଜଣଙ୍କୁ କହିଥିଲେ, ‘କିନ୍ତୁ ତୁମେ ଯଦି ଏଥିପାଇଁ କାମ କରିଚାଲିବ, ତେବେ ତୁମ ଜୀବଦ୍ଦଶାରେ ଏହା ସାକାର ହେବା ଦେଖିପାରିବ।’ ସେ କହିଥିଲେ ଯେ, ପରିସ୍ଥିତି ବର୍ତ୍ତମାନ ଅନୁକୂଳ ଆଡ଼କୁ ଗତି କରୁଛି। ଭାରତଠାରୁ ଅଲଗା ହୋଇଥିବା ଦେଶଗୁଡ଼ିକ ଏବେ ନିଜର ଭୁଲ ବୁଝିବା ଆରମ୍ଭ କଲେଣି। ତେବେ ମାନଚିତ୍ରରୁ କେବଳ ଗାରଟା ଲିଭେଇଦେଲେ ଅଖଣ୍ଡ ଭାରତ ହୋଇପାରିବ ନାହିଁ। ନିଜର ସ୍ବଭାବ ଭାରତୀୟ ହେବା ଦରକାର। ‘ଇଣ୍ଡିଆ’ ‘ଭାରତ’ହେବା ନେଇ ବିବାଦ ଚାଲିଥିବା ବେଳେ ଭାଗବତ ଏହି ଟପ୍ପଣୀ ରଖିଛନ୍ତି।




