ଅଖଣ୍ଡ ଭାରତ ମାନଚିତ୍ର ନେଇ ଚିନ୍ତା ପ୍ରକଟ କଲେ ପଡ଼ୋଶୀ ରାଷ୍ଟ୍ର

ନୂଆଦିଲ୍ଲୀ: ଭାରତର ନୂଆ ସଂସଦ ଭବନରେ ଅଖଣ୍ଡ ଭାରତର ମାନଚିତ୍ରକୁ ନେଇ ପଡ଼ୋଶୀ ରାଷ୍ଟ୍ରମାନେ ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବରୁ ନେପାଳ ଏନେଇ ପ୍ରକାଶ କରିଥିଲା ଏବଂ ଏବେ ପାକିସ୍ତାନରେ ଏହାକୁ ନେଇ ହଇଚଇ ସୃ‌ଷ୍ଟି ହୋଇଛି । ପାକ୍‌ ଅଧିକୃତ କାଶ୍ମୀର ସର୍ବଦା ଭାରତର ମାନଚିତ୍ରରେ ରହିଥିବା ବେଳେ ଏବେ ସଂସଦ ଭବନରେ ଲଗାଯାଇଥିବା ପ୍ରାଚୀନ ଭାରତର ଭିତ୍ତିଚିତ୍ରରେ ସମଗ୍ର ପାକିସ୍ତାନକୁ ଦର୍ଶାଯାଇଥିବାରୁ ପାକ୍‌ ନେତାମାନେ ଛାନିଆ ହୋଇପଡ଼ିଛନ୍ତି। କାଶ୍ମୀରକୁ ନେଇ ଭାରତ ବିରୋଧରେ ବିଷୋଦ୍‌ଗାର […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତର ନୂଆ ସଂସଦ ଭବନରେ ଅଖଣ୍ଡ ଭାରତର ମାନଚିତ୍ରକୁ ନେଇ ପଡ଼ୋଶୀ ରାଷ୍ଟ୍ରମାନେ ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବରୁ ନେପାଳ ଏନେଇ ପ୍ରକାଶ କରିଥିଲା ଏବଂ ଏବେ ପାକିସ୍ତାନରେ ଏହାକୁ ନେଇ ହଇଚଇ ସୃ‌ଷ୍ଟି ହୋଇଛି । ପାକ୍‌ ଅଧିକୃତ କାଶ୍ମୀର ସର୍ବଦା ଭାରତର ମାନଚିତ୍ରରେ ରହିଥିବା ବେଳେ ଏବେ ସଂସଦ ଭବନରେ ଲଗାଯାଇଥିବା ପ୍ରାଚୀନ ଭାରତର ଭିତ୍ତିଚିତ୍ରରେ ସମଗ୍ର ପାକିସ୍ତାନକୁ ଦର୍ଶାଯାଇଥିବାରୁ ପାକ୍‌ ନେତାମାନେ ଛାନିଆ ହୋଇପଡ଼ିଛନ୍ତି। କାଶ୍ମୀରକୁ ନେଇ ଭାରତ ବିରୋଧରେ ବିଷୋଦ୍‌ଗାର କରୁଥିବା ପାକ୍‌ ନେତାମାନଙ୍କୁ ଏବେ ଜନସାଧାରଣ ଘେରିବାରେ ଲାଗିଛନ୍ତି। ଭାରତ ଯେ କୌଣସି ସମୟରେ ପାକ୍‌ ଅଧିକୃତ କାଶ୍ମୀରକୁ ନିଜ ଦଖଲକୁ ନେଇଯାଇପାରେ ବୋଲି ପାକିସ୍ତାନୀ ଜନତା ଆଶାବ୍ୟକ୍ତ କରିଛନ୍ତି। ପାକିସ୍ତାନର ଜଟିଳ ରାଜନୈତିକ ଓ ଆର୍ଥିକ ସଙ୍କଟ ଭିତରେ ବି ଏବେ ‘ଅଖଣ୍ଡ ଭାରତ’ ମାନଚିତ୍ର ଚର୍ଚ୍ଚାରେ ରହିଛି । ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ମୁମତାଜ ଜହରା ଆଜି ଏ ନେଇ ଆନୁଷ୍ଠାନିକ ବୟାନ ଜାରି କରି ଅଖଣ୍ଡ ଭାରତ ମାନଚିତ୍ରରେ ପାକିସ୍ତାନ ସମେତ ଅନ୍ୟ ପଡୋଶୀ ଦେଶକୁ ପ୍ରଦର୍ଶନ କରାଯିବାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ଭାରତୀୟ ସଂସଦରେ ପ୍ରଦର୍ଶିତ ଅଖଣ୍ଡ ଭାରତ ଭିତ୍ତିଚିତ୍ରକୁ ନେଇ ଆମେ ଚିନ୍ତିତ । ଏହାକୁ ବିଜେପି ନେତାମାନେ ଅଖଣ୍ଡ ଭାରତ ବୋଲି ଦର୍ଶାଉଥିବା ବେଳେ ଏହା ଭାରତ ସରକାରଙ୍କ ବିସ୍ତାରବାଦୀ ମାନସିକତାର ପରିଚୟ ଦେଉଛି ବୋଲି ସେ କହିଛନ୍ତି। ପୂର୍ବରୁ ନେପାଳ ମଧ୍ୟ ଅଖଣ୍ଡ ଭାରତ ଭିତ୍ତିଚିତ୍ରକୁ ବିରୋଧ କରିଥିଲା । ଏହି ମାମଲାରେ ଭାରତ ସରକାରଙ୍କ ସହ ଆମେ ଆଲୋଚନା କରିବୁ ବୋଲି ନେପାଳ ପ୍ରଧାନମନ୍ତ୍ରୀ ବୟାନ କହିଥିଲେ। ତେବେ ‌ନେପାଳ ଓ ପାକିସ୍ତାନର ଉଦ୍‌ବେଗ ଉପରେ ଜବାବ ରଖି ଆଜି ଭାରତ ସରକାର ସ୍ଥିତି ସ୍ପଷ୍ଟ କରିଛନ୍ତି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ନୂଆ ସଂସଦ ଭବନରେ ଲାଗିଥିବା ଭତ୍ତିଚିତ୍ର ହେଉଛି ସମ୍ରାଟ ଅଶୋକଙ୍କ ସାମ୍ରାଜ୍ୟର ଚିତ୍ରଣ।

Tags: