ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ସୁନକ ଏବଂ ପତ୍ନୀ ଅକ୍ଷତା

ନୂଆଦିଲ୍ଲୀ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ପତ୍ନୀ ଅକ୍ଷତା ମୂର୍ତ୍ତି ଆଜି ସକାଳେ ନୂଆଦିଲ୍ଲୀ ସ୍ଥିତ ଅକ୍ଷରଧାମ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା‌ କରିଛନ୍ତି। ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ଥିବା ସୁନକ ନିଜକୁ ଜଣେ ‘ପ୍ରାଉଡ୍‌ ହିନ୍ଦୁ’ ତଥା‌ ଗର୍ବିତ ହିନ୍ଦୁ ବୋଲି କହିଛନ୍ତି। ବ୍ରିଟେନ ଦମ୍ପତି ମନ୍ଦିରରେ ପ୍ରାୟ ଅଧଘଣ୍ଟା ସମୟ କଟାଇଛନ୍ତି। ସୁନକ ଏବଂ ତାଙ୍କ ପତ୍ନୀଙ୍କ ମନ୍ଦିର ଗସ୍ତ ସଂକ୍ରାନ୍ତରେ ଟିପ୍ପଣୀ ଦେଇ ଅକ୍ଷରଧାମ ମନ୍ଦିରର ନି‌ର୍ଦ୍ଦେଶକ ଜ୍ୟୋତିନ୍ଦ୍ର ଡାଭେ […]

Samaya Live Picture
Published On

ନୂଆଦିଲ୍ଲୀ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ପତ୍ନୀ ଅକ୍ଷତା ମୂର୍ତ୍ତି ଆଜି ସକାଳେ ନୂଆଦିଲ୍ଲୀ ସ୍ଥିତ ଅକ୍ଷରଧାମ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା‌ କରିଛନ୍ତି। ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ଥିବା ସୁନକ ନିଜକୁ ଜଣେ ‘ପ୍ରାଉଡ୍‌ ହିନ୍ଦୁ’ ତଥା‌ ଗର୍ବିତ ହିନ୍ଦୁ ବୋଲି କହିଛନ୍ତି। ବ୍ରିଟେନ ଦମ୍ପତି ମନ୍ଦିରରେ ପ୍ରାୟ ଅଧଘଣ୍ଟା ସମୟ କଟାଇଛନ୍ତି। ସୁନକ ଏବଂ ତାଙ୍କ ପତ୍ନୀଙ୍କ ମନ୍ଦିର ଗସ୍ତ ସଂକ୍ରାନ୍ତରେ ଟିପ୍ପଣୀ ଦେଇ ଅକ୍ଷରଧାମ ମନ୍ଦିରର ନି‌ର୍ଦ୍ଦେଶକ ଜ୍ୟୋତିନ୍ଦ୍ର ଡାଭେ କହିଛନ୍ତି, ସୁନକ ମନ୍ଦିରରେ ଖାଲିପାଦରେ ଚାଲିଥିଲେ। ମନ୍ଦିରରେ ହିନ୍ଦୁମାନେ ଏହି ପରମ୍ପରା ମାନିଥାନ୍ତି। ନିର୍ଦ୍ଦେଶକ କହିଛନ୍ତି, ସୁନକଙ୍କୁ ଭେଟିବାପରେ ଅନୁଭବ ହେଲା ଯେ ସେ ସନାତନ ଧର୍ମ ସହ ଅତି ଗଭୀର ଭାବେ ଜଡ଼ିତ। ଡାଭେ କହିଛନ୍ତି, ସୁନକ ମନ୍ଦିରରେ ଆରତି କଲେ। ସାଧୁସନ୍ଥଙ୍କୁ ଭେଟିଲେ ଏବଂ ମନ୍ଦିରରେ ସମସ୍ତ ମୂର୍ତ୍ତିରେ ଫୁଲ ଅର୍ପଣ କଲେ। ତାଙ୍କ ପତ୍ନୀ ଅକ୍ଷତା ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରର ଏକ ମଡେଲ ତାଙ୍କୁ ଉପହାର ଭାବେ ଦିଆଯାଇଛି ବୋଲି ନିର୍ଦ୍ଦେଶକ କହିଛନ୍ତି। ସୁନକ ଏବଂ ଅକ୍ଷତାଙ୍କ ଗସ୍ତ ପାଇଁ ଆଜି ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Tags: