ଅକ୍ଟୋବର ୩୧ରେ ଲଞ୍ଚ୍ ହେବ ‘ମେରା ଯୁବ ଭାରତ’ ପ୍ଲାଟଫର୍ମ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଉତ୍ସବରେ ଦେଶବ୍ୟାପୀ ‘ମେରା ଯୁବ ଭାରତ’ ପ୍ଲାଟଫର୍ମ ଲଞ୍ଚ୍ ହେବ। ଦେଶର ଯୁବପିଢ଼ିଙ୍କୁ ବିଭନ୍ନ ଦେଶ ଗଠନ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନିର୍ବାହ କରିବାର ସୁଯୋଗ ଦେବାପାଇଁ ଏହି ପ୍ଲାଟଫର୍ମ ଲଞ୍ଚ୍ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନେଇ ଘୋଷଣା କରିଛନ୍ତି। ମନ୍ କୀ ବାତ ରେଡିଓ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି ଯେ ‘ମେରା ଯୁବ ଭାରତ’ ୱେବସାଇଟ୍ ଖୁବ୍ଶୀଘ୍ର ଲଞ୍ଚ୍ […]

Samaya Live Picture
Published On

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ୩୧ ତାରିଖରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଉତ୍ସବରେ ଦେଶବ୍ୟାପୀ ‘ମେରା ଯୁବ ଭାରତ’ ପ୍ଲାଟଫର୍ମ ଲଞ୍ଚ୍ ହେବ। ଦେଶର ଯୁବପିଢ଼ିଙ୍କୁ ବିଭନ୍ନ ଦେଶ ଗଠନ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନିର୍ବାହ କରିବାର ସୁଯୋଗ ଦେବାପାଇଁ ଏହି ପ୍ଲାଟଫର୍ମ ଲଞ୍ଚ୍ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନେଇ ଘୋଷଣା କରିଛନ୍ତି। ମନ୍ କୀ ବାତ ରେଡିଓ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି ଯେ ‘ମେରା ଯୁବ ଭାରତ’ ୱେବସାଇଟ୍ ଖୁବ୍ଶୀଘ୍ର ଲଞ୍ଚ୍ ହେବ ଏବଂ ଯୁବପିଢ଼ି ମାଇଁଭାରତ ଡଟ୍ ଜିଓଭି ଡଟ୍ ଇନ୍ରେ ପଂଜିକୃତ କରିବା ଉଚିତ। ଏକ ବିକଶିକ ରାଷ୍ଟ୍ର ଗଠନରେ ଯୁବଶକ୍ତିକୁ ଏକଜୁଟ୍ କରିବାପାଇଁ ଏକ ବିରଳ ଉଦ୍ୟମ ବୋଲି ସେ କହିଛନ୍ତି। ମୋଦୀ ପୁଣିଥରେ ‘ଭୋକାଲ ଫର ଲୋକାଲ୍’ କଥା କହିଛନ୍ତି। ମୋଦୀ କହିଛନ୍ତି, ପ୍ରତି ଥର ଏଥର ମଧ୍ୟ ଉତ୍ସବ ସମୟରେ ଆମେ ‘ଭୋକାଲ୍ ଫର୍ ଲୋକାଲ୍’ ଉପରେ ଗୁରୁତ୍ବ ଦେଉଛୁ।

Tags: