ଅକ୍ଟୋବର ୧ ସକାଳ ୧୦ଟାରେ ସ୍ୱଚ୍ଛତା ପାଇଁ ୧ ଘଣ୍ଟା ଶ୍ରମଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ
ନୂଆଦିଲ୍ଲୀ: ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ପାଇଁ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଭାରତର ବାର୍ତ୍ତା ନେଇ ସବୁ ବର୍ଗର ନାଗରିକମାନେ ଅତ୍ୟନ୍ତ ଉତ୍ସାହର ସହ ଏଥିପାଇଁ ଆଗେଇ ଆସିଥିଲେ। ଫଳରେ ସ୍ୱଚ୍ଛତା ଏକ ଜାତୀୟ ଆଚରଣରେ ପରିଣତ ହେଲା ଏବଂ ସ୍ୱଚ୍ଛ ଭାରତ ମିସନ ଘରେ ଘରେ ପରିଚିତ ହେଲା। ଗାନ୍ଧି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ପୁଣିଥରେ ଦେଶବାସୀଙ୍କୁ ଏକ ନିଆରା ଆହ୍ୱାନ ଦେଇଛନ୍ତି। ମନ୍ କୀ ବାତ୍ର ୧୦୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି […]
ନୂଆଦିଲ୍ଲୀ: ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ପାଇଁ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଭାରତର ବାର୍ତ୍ତା ନେଇ ସବୁ ବର୍ଗର ନାଗରିକମାନେ ଅତ୍ୟନ୍ତ ଉତ୍ସାହର ସହ ଏଥିପାଇଁ ଆଗେଇ ଆସିଥିଲେ। ଫଳରେ ସ୍ୱଚ୍ଛତା ଏକ ଜାତୀୟ ଆଚରଣରେ ପରିଣତ ହେଲା ଏବଂ ସ୍ୱଚ୍ଛ ଭାରତ ମିସନ ଘରେ ଘରେ ପରିଚିତ ହେଲା। ଗାନ୍ଧି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ପୁଣିଥରେ ଦେଶବାସୀଙ୍କୁ ଏକ ନିଆରା ଆହ୍ୱାନ ଦେଇଛନ୍ତି। ମନ୍ କୀ ବାତ୍ର ୧୦୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ଯେ ଅକ୍ଟୋବର ୧ ତାରିଖ ସକାଳ ୧୦ଟାରେ ସମସ୍ତ ନାଗରିକ ମିଳିତ ଭାବେ ବାପୁଙ୍କ ଜୟନ୍ତୀକୁ ‘ସ୍ୱଚ୍ଛାଞ୍ଜଳି’ ଭାବେ ପାଳନ କରିବେ। ସ୍ୱଚ୍ଛତା ହିଁ ସେବା ଅଭିଯାନ ସମ୍ପର୍କରେ ସେ କହିଛନ୍ତି, ଅକ୍ଟୋବର ପହିଲା ଅର୍ଥାତ୍ ରବିବାର ସକାଳ ୧୦ଟାରେ ସ୍ୱଚ୍ଛତା ଉପରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଆପଣମାନେ ମଧ୍ୟ ସ୍ୱଚ୍ଛତା ସମ୍ବନ୍ଧୀୟ ଏହି ଅଭିଯାନରେ ସମୟ ବାହାର କରି ସାହାଯ୍ୟ କରିବା ଉଚିତ୍ । ଆପଣ ନିଜ ରାସ୍ତା କିମ୍ବା ଆଖପାଖ ଅଞ୍ଚଳରେ କିମ୍ବା କୌଣସି ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ କୌଣସି ସର୍ବସାଧାରଣ ସ୍ଥାନରେ ମଧ୍ୟ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇପାରିବେ। ସ୍ୱଚ୍ଛତା ଅଭିଯାନରେ ବଜାର ଅଞ୍ଚଳ, ରେଳଧାରଣା, ଜଳାଶୟ, ଧାର୍ମିକ ସ୍ଥଳ ଆଦି ସର୍ବସାଧାରଣ ସ୍ଥାନର ବାସ୍ତବ କାର୍ଯ୍ୟକଳାପରେ ସାମିଲ ହେବାକୁ ସବୁ ବର୍ଗର ନାଗରିକଙ୍କୁ ଆହ୍ୱାନ ଦିଆଯାଇଛି। ପ୍ରତ୍ୟେକ ସହର, ଗ୍ରାମ ପଞ୍ଚାୟତ, ସରକାରଙ୍କ ସମସ୍ତ କ୍ଷେତ୍ର ଯଥା ବେସାମରିକ ବିମାନ ଚଳାଚଳ, ରେଳବାଇ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି ସରକାରୀ ଅନୁଷ୍ଠାନଗୁଡ଼ିକ ନାଗରିକମାନଙ୍କ ନେତୃତ୍ୱରେ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ସୁଗମ କରିବେ । ସଫେଇ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଗ୍ରହୀ ଏନଜିଓ/ ଆରଡବ୍ଲୁଏ/ ପ୍ରାଇଭେଟ୍ ସଂସ୍ଥା ଇତ୍ୟାଦି ପୌରାଞ୍ଚଳ/ ଜିଲ୍ଲା ପ୍ରଶାସନର ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ । ସ୍ୱଚ୍ଛତା କାର୍ଯ୍ୟକ୍ରମଗୁଡ଼ିକ ସ୍ୱତନ୍ତ୍ର ଭାବରେ ନିର୍ମିତ ଆଇଟି ପ୍ଲାଟଫର୍ମ ସ୍ୱଚ୍ଛତା ହିଁ ସେବା – ନାଗରିକ ପୋର୍ଟାଲ https:/wachhatahiseva.com ଜନସାଧାରଣଙ୍କ ସୂଚନା ପାଇଁ ଉପଲବ୍ଧ ହେବ । ସ୍ୱଚ୍ଛତା ସ୍ଥାନରେ ନାଗରିକମାନେ ଫଟୋ ଉଠାଇ ପୋର୍ଟାଲରେ ଅପଲୋଡ ମଧ୍ୟ କରିପାରିବେ।




