ଅକ୍ଟୋବର ୧୩ ପର୍ଯ୍ୟନ୍ତ ସଂଜୟ ସିଂହଙ୍କ ଇଡି ହାଜତ ମିଆଦ ବୃଦ୍ଧି
ନୂଆଦିଲ୍ଲୀ: : ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ କୋର୍ଟ ଆପ୍ ସାଂସଦ ସଂଜୟ ସିଂହଙ୍କ ଇଡି ହାଜତ ମିଆଦ ଆସନ୍ତା ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଗତ ଅକ୍ଟୋବର ୪ ତାରିଖରେ ସଂଜୟ ସିଂହଙ୍କ ବାସଭବନରେ ଚଢ଼ଉ କରିବାପରେ ତାଙ୍କୁ ଗିରଫ କରିଥିଲା। ସିଂହ ମାମଲାର ତଦନ୍ତରେ ସହଯୋଗ କରୁନଥିବା ଦାବି କରି ଇଡି ତାଙ୍କ ହାଜତ ମିଆଦକୁ ଆଉ […]
ନୂଆଦିଲ୍ଲୀ: : ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ କୋର୍ଟ ଆପ୍ ସାଂସଦ ସଂଜୟ ସିଂହଙ୍କ ଇଡି ହାଜତ ମିଆଦ ଆସନ୍ତା ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଗତ ଅକ୍ଟୋବର ୪ ତାରିଖରେ ସଂଜୟ ସିଂହଙ୍କ ବାସଭବନରେ ଚଢ଼ଉ କରିବାପରେ ତାଙ୍କୁ ଗିରଫ କରିଥିଲା। ସିଂହ ମାମଲାର ତଦନ୍ତରେ ସହଯୋଗ କରୁନଥିବା ଦାବି କରି ଇଡି ତାଙ୍କ ହାଜତ ମିଆଦକୁ ଆଉ ୫ ଦିନ ବୃଦ୍ଧି କରିବାପାଇଁ କୋର୍ଟରେ ଆବେଦନ କରିବାପରେ କୋର୍ଟ ସିଂହଙ୍କ ହାଜତ ମିଆଦ ବୃଦ୍ଧି କରିଛନ୍ତି।




